ରାଉରକେଲା: ରାଉରକେଲା ସହରରେ ଆଜିଠାରୁ ଆରମ୍ଭ ହେବ ସେରୋ ସର୍ଭେ। ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ଦୁଇ ଜଣ ବୈଜ୍ଞାନିକଙ୍କ ସହ ରାଉରକେଲା ସହରକୁ ୧୭ ଜଣିଆ ଟିମ ଆସିଛନ୍ତି । ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଠାରୁ ରାଉରକେଲା ସହରରେ ୫ଦିନ ଧରି ସେରୋ ସର୍ଭେଲାନସ ଅନୁଷ୍ଠିତ ହେବା ସହ ସହରର ଵିଭିନ୍ନ ସ୍ଥାନରୁ ୨୫ ଶହ ରକ୍ତ ନମୁନା ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା ସୂଚନା ଦେଇଛନ୍ତି। ସେରୋ ସର୍ଭେଲାନସ ରାଉରକେଲା ସହରର ବିଭିନ୍ନ ୱାର୍ଡ଼ ସହିତ ସେକ୍ଟର ଅଞ୍ଚଳ ଗସ୍ତ କରି ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି କମିଶନର ସୁଚନା ଦେଇଛନ୍ତି ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0