spot_img

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆସନ୍ତାକାଲିକୁ ଘୁଞ୍ଚିଛି ରାଜ୍ୟ କ୍ୟାବିନେଟ ବୈଠକ । ଆସନ୍ତାକାଲି ଅପରାହ୍ନରେ ବସିବ କ୍ୟାବିନେଟ ବୈଠକ । ତେବେ ଆଜି ଅପରାହ୍ନରେ ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।
ରାଜ୍ୟର ୨୦ଟି ଜିଲ୍ଲା ବନ୍ୟା ଜଳରେ ପ୍ରଭାବିତ ହୋଇଛି । ଉପରମୁଣ୍ଡରେ ବର୍ଷା କମିଥିଲେ ମଧ୍ୟ ରାଜ୍ୟର ଅନେକ ଗାଁ ଏବେ ବି ପାଣି ଘେରରେ ରହିଛି । ତେବେ ରାଜ୍ୟର ବନ୍ୟା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ । ଏହାପରେ ସେ ବନ୍ୟା ସ୍ଥିତି ଓ ଉଦ୍ଧାର କାର୍ୟ୍ୟ ନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular