ରାଜକନିକା:ରାଜକନିକା ରେ ପାଞ୍ଚ ହାଇୱେ ଲୁଟେରା ଗିରଫ । ରାଜକନିକା ଅଞ୍ଚଳରୁ କେନ୍ଦ୍ରାପଡା ଆଳି ଓ ରାଜକନିକା ପୋଲିସର ବିଭିନ୍ନ ଜାଗାରେ ଚଡାଉ କରି ପାଞ୍ଚଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିଛି । ତେବେ ପାଞ୍ଚଜନଙ୍କ ମଧ୍ୟରୁ ଜଣେ ଅଠର ବର୍ଷରୁ କମ ବୋଲି ଜଣା ପଡ଼ିଛି । ଗତ ସତର ତାରିଖ ଦିନ ରାତିରେ ଗଞ୍ଜା ଘାଟ ନିକଟରୁ ପଟ୍ଟାମୁଣ୍ଡାଇ ଅଞ୍ଚଳର ସେକ ମୁନା ନାମକ ଜଣେ ଟ୍ରକ ଡ୍ରାଇଭର ଠାରୁ ମୋବାଇଲ ଓ ୪୭ହଜାର ଟଙ୍କା ଲୁଟ ହୋଇଥିଲା । ଏନେଇ ରାଜକନିକା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗକୁ ଆଧାର କରି କେନ୍ଦ୍ରାପଡା ପୋଲିସ ତିନୋଟି ଟିମ କରି ବିଭିନ୍ନ ଜାଗାରେ ଚଡାଉ କରି ପାଞ୍ଚଜନଙ୍କୁ ଗିରଫ କରିଥିବା କେନ୍ଦ୍ରାପଡା ଅତିରିକ୍ତ ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡିଛି । ସେମାନଙ୍କ ଠାରୁ ଚୋରିରେ ବ୍ୟବହାର କରାଯାଇଥିବା ଗୋଟିଏ ବୋଲେରୋ,ଦୁଇଟି ବାଇକ,ଗୋଟିଏ ମୋବାଇଲ,ଗୋଟିଏ ଦା’ ଓ ଏକ ହଜାର ଟଙ୍କା ଜବତ କରାଯାଇଥିବା ଅତିରିକ୍ତ ଏସପି କହିଛନ୍ତି ।



Visitors Today : 2
Total Visitors : 130224
Total Views : 9891699
Visitors Online Now : 0