ପାଟଣା: ରାସ୍ତାର ଗୋଟିଏ ପଟରୁ ଅନ୍ୟ ପଟକୁ ପାର ହେଉଥିବା ବେଳେ ମୁଣ୍ଡ ଉପରେ ଚଢିଗଲା ଟ୍ରକ । ମୃତକ ଜଣଙ୍କ ଯାଜପୁର ଜିଲ୍ଲାର ପ୍ରଦୀପ କୁମାର ଦାଶ ବୋଲି ଜଣା ପଡ଼ିଛି । କେନ୍ଦୁଝର ଜିଲ୍ଳା ୪୯ ନମ୍ବର ଜାତୀୟ ରାଜପଥ ତୁରମୁଙ୍ଗା ଥାନା ଚେମେଣା ନିକଟରେ ଦୁର୍ଘଟଣା ଘଟିଛି ।
ସୂଚନାଅନୁଯାୟୀ, ତୁରମୁଙ୍ଗାଥାନା ଚେମେଣା ନିକଟରେ ସ୍କୁଟି ରଖି ରାସ୍ତା ପାର ହେଉଥିଲେ ପ୍ରଦୀପ । କିନ୍ତୁ ରାସ୍ତା ପାର ହେଉଥିବା ବେଳେ ଅଜଣା ଗାଡ଼ି ଆସି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ସେ ତଳେ ପଡ଼ି ଯାଇଥିଲେ । ପ୍ରଦୀପ ତଳେ ପଡ଼ିଯିବା ଦ୍ୱାରା ଟ୍ରକଟି ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ହିଁ ପ୍ରଦୀପଙ୍କ ମୃତୁ୍ୟ ହୋଇଥିଲା । ଦୁର୍ଘଟଣାର ଖବର ପାଇ ତୁରମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକର କୃଷି ଅଫିସରେ ପ୍ରଦୀପ କନିଷ୍ଠ କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଥିବାର ସୂଚନା ମିଳିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0