spot_img

ଗୁଣିଗାରେଡି ସନ୍ଦେହରେ ୫ ଗିରଫ

ନବରଙ୍ଗପୁର: ସମାଜରେ ଦିନକୁ ଦିନ ଯେତେ ପରିବର୍ତ୍ତନ ହେଲେ ମଧ୍ୟ ଲୋକଙ୍କ ମନରୁ ଅନ୍ଧବିଶ୍ୱସରେ ପରିବର୍ତ୍ତନ ଆସୁନାହିଁ । ଆଜି ବି ଅନେକ ଲୋକ ଗୁଣିଗାରେଡିରେ ବିଶ୍ୱାସ କରି ଶିକାର ହେଉଛନ୍ତି । ପୁଣି ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଳାରେ । ଜଣେ ବ୍ୟକ୍ତିଙ୍କୁ ଗୁଣି ସନ୍ଦେହ କରି ମାଡ ମାରିବା ସହ ବିଷ୍ଠା ଖୁଆଇବାକୁ ଉଦ୍ୟମ କରି ୫ଜଣ ଗିରଫ ହୋଇଛନ୍ତି ।
ସୂଚନାଅନୁସାରେ , ନବରଙ୍ଗପୁର ଜିଲ୍ଳା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଜମାଦାରପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ ଯୁବକ ଦେବିସିଂ ହାତି ଗତ ୪ତାରିଖ ଦିନ ସାପ କାମୁଡାରେ ମୃତ୍ୟୁ ବରଣ କରିଥିଲେ । ମୃତକଙ୍କ ପରିବାର ଲୋକେ ଗୁଣିଗାରେଡି ସନ୍ଦେହ କରି ଜଣେ ଗୁଣିଆକୁ ଡାକି ପୂଜା ପାଠ କରିଥିଲେ । ଗୁଣିଆ ସେହି ଗାଁର ହିରାସିଂ ଦଳେଇ ଗୁଣି କରି ସାପ ଦ୍ୱାରା ହତ୍ୟା କରିଥିବା କଥା କହିଥିଲା । ମୃତକଙ୍କ ପରିବାର ଲୋକେ ଗୁଣିଆ କଥାକୁ ବିଶ୍ୱାସ କରି ଗାଁ ଦାଣ୍ଡରେ ଏକ ବୈଠକ ଡକାଇଥିଲେ । ବୈଠକରେ ହିରାସିଂକୁ ମାଡ ମାରି ଜୋରଜବରଦସ୍ତ ବିଷ୍ଠା ଖୁଆଇବାକୁ ଉଦ୍ୟମ କରିବା ସହ ଥାନାରେ ଏତାଲା ଦେଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ତେବେ ହିରାସିଂ ଦଳେଇ ଚନ୍ଦାହାଣ୍ଡି ଥାନାରେ ଅମରୁ ହାତି, ରଥ ହାତି, ଡମ୍ବରୁ ହାତି, ବଳଦେବ ହାତି ଓ ଗୋବର୍ଧନ ହାତି ଏହି ୫ଜଣଙ୍କ ନାମରେ ଏତାଲା ଦେଇଥିଲେ । ପରେ ଥାନା ଅଧିକାରୀ ଉକ୍ତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular