spot_img

ବିଶ୍ୱର ଶ୍ରେଷ୍ଠ ଧାବକ ଉସେନ୍ ବୋଲ୍ଟ କରୋନା ପଜିଟିଭ

ଜାମାଇକା: ବିଶ୍ୱର ଶ୍ରେଷ୍ଠ ଧାବକ ଉସେନ୍ ବୋଲ୍ଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ କରି ଜଣାଇଥିବା ବେଳେ ସଂଗରୋଧରେ ରହିଥିବା ପ୍ରକାଶ କରିଛନ୍ତି । କିଛି ଦିନ ତଳେ ବୋଲଟ ନିଜର କୋଭିଡ-୧୯ ପରୀକ୍ଷା କରିଥିଲେ । ସୋମବାର ଏହି ରିପୋର୍ଟ ପଜିଟିଭ୍ ଆସିଛି । ମାତ୍ର ରବିବାର ଦିନ ତାଙ୍କ ଜନ୍ମଦିନ ଥିବାରୁ ସେ ନିଜ ବାସଭବନରେ ଏକ ପାର୍ଟିର ଆୟୋଜନ କରିଥିଲେ । ଯେଉଁ ଉତ୍ସବରେ ଇଂଲଣ୍ଡ ଫୁଟବଲର ରହିମ୍ ଷ୍ଟର୍ଲିଂଙ୍କ ସହ ବହୁ ଅତିଥି ଯୋଗ ଦେଇଥିଲେ । ଉସେନ୍ ବୋଲ୍ଟ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କ ଜନ୍ମଦିନ ପାଳନ ଉତ୍ସବକୁ ନେଇ ଏବେ ଖୁବ୍ ସମାଲୋଚନା କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular