ଭୁବନେଶ୍ୱର: ରାଜ୍ୟରେ ହାରାହାରି ୬ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ଜୁନ ୧ରୁ ଅଗଷ୍ଟ ୨୬ ମଧ୍ୟରେ ୬ ପ୍ରତିଶତ ଅଧିକ ବର୍ଷା ହୋଇଛି । ୪ଟି ଜିଲ୍ଲାରେ ସ୍ୱଭାବିକ ଠାରୁ ୧୯ ପ୍ରତିଶତ ଅଧିକ ବର୍ଷା ହୋଇଛି । ବାକି ୨୬ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ଼ ହୋଇଛି ବୋଲି କହିଛନ୍ତି ଏସଆରସି । ଗତ ୨୪ ଘଣ୍ଟାରେ ହାରାହାରି ୭୬.୬ମିମି ବର୍ଷା ହୋଇଥିବା ବେଳେ ୯ଟି ଜିଲ୍ଲାରେ ୧୦୦ ମିମିଠାରୁ ଅଧିକ ବର୍ଷା ରେକର୍ଡ଼ ହୋଇଛି । କେନ୍ଦ୍ରାପଡ଼ାରେ ସର୍ବାଧିକ ୧୬୮.୩ ମିମି ବର୍ଷା ହୋଇଛି । ୪ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି ୯୨ଟି ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି ବୋଲି ସୂଚନା ଦେଇଛନ୍ତି ଏସଆରସି ।
ସେପଟେ ଯାଜପୁର, ଭଦ୍ରକର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଥିବାରୁ ସେ ସମସ୍ଥ ଅଞ୍ଚଳକୁ NDRF ଓ ଓଡ୍ରାଫ ଟିମ୍ ପଠାଯାଇଛି । ଶୁଖିଲା ଖାଦ୍ୟ ମହଜୁଦ ଅଛି । ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0