କଟକ: ବେଡ୍ ରୁମ ଭିତରୁ ବାହାରିଲା ନାଗ ସାପ । ବାଙ୍କି ହରିରାଜପୁର ଗାଁ ର ଶରତ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ବେଡରୁମରୁ ଏକ ସାପ ପଶିବାର ଦେଖି ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି । ସାପଟିର ଲମ୍ବ ପ୍ରାୟ ୫ଫୁଟ ହେବ ବୋଲି ଜଣାପଡିଛି । ଉଦ୍ଧାର ହୋଇଥିବା ନାଗସାପଟି ବାଙ୍କୀ ଠାରୁ ଦୁରରେ ଥିବା ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ଲଗାଣ ବର୍ଷା ଫଳରେ ବାଙ୍କିର ଅନେକ ସ୍ଥାନରେ ପାଣି ଜମି ରହିଛି । ଚାରି ଆଡେ ଜଳମଗ୍ନ ହୋଇଥିବାରୁ ସାପଟି ଘରକୁ ପଶି ଆସିଥିବାର ଜଣାପଡିଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0