ମାଲକାନଗିରି: ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା କାଲିମେଳା ଓ ପଡିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀ ଓ ନାଳଗୁଡିକରେ ଜଳପତ୍ତନ ବୃଦ୍ଧି ପାଉଥିବାରୁ ବହୁ ଅଞ୍ଚଳରେ ପାଣି ପଶିଥିବାର ସୂଚନା ମିଳିଛି । ସ୍ଥିତି ସଂଙ୍ଗିନ ରହିଥିବା ବେଳେ ବହୁ ଅଞ୍ଚଳରେ ଯୋଗାଯୋଗ ବିଛିନ୍ନ ରହିଛି । ଗତ ତିନି ଦିନ ହେଲା କାଳିମେଳା ଅଞ୍ଚଳରେ ବର୍ଷା ଳାଗି ରହିଛି । ତେବେ ଆଜି ସକାଳେ କ୍ରମାଗତ ଭାବେ ବଢିବାରେ ଳାଗିଥିଲା । ଯାହାଫଳରେ ନଦୀ ଫୁଲିବା ଆରମ୍ଭ କରିଛି । ଏପରିକି ରାସ୍ତା ତଥା ପୋଲ ଉପରକୁ ବନ୍ୟାଜଳ ଚାଲି ଆସିବାରୁ କାଲିମେଳାରୁ, ମାଲକାନଗିରି, ମୋଟୁ, ଏବଂ ପଡିଆକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଗତ କାଲି ସଂନ୍ଧ୍ୟା ସୁଦ୍ଧା କାଙ୍ଗରକୋଣ୍ଡା ପୋଲ ଉପରେ ପ୍ରାୟ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇଥିଲା । ତେଣୁ ୪ଘଣ୍ଟା ଧରି ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସେହିପରି ଏମଭି-୯୦, ଏମଭି-୯୬, ମହାରାଜପାଲୀ ନାଳ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେବାରୁ କାଲିମେଳାରୁ ମୋଟୁକୁ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି କାଲିମେଳା ନିକଟ ପୁଷୁଗୁଡା ଗ୍ରାମ ନିକଟରେ ରାସ୍ତାରେ ୩ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେବାରୁ କାଲିମେଳାରୁ ପଡିଆ ବ୍ଲକକୁ ଯୋଗାହେଯାଗ ବିଛିନ୍ନ ହୋଇଛି । ବନ୍ୟାଶ୍ରମ ପୋଲ ଉପରେ ପ୍ରାୟ ୨ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ବର୍ଷା ବଢିବାରୁ ପଡିଆ ବ୍ଲକରେ ମଧ୍ୟ ସ୍ଥିତି ବେହାଲ । ଶାବେରୀ ନଦୀରେ ବନ୍ୟାଜଳ ପଶିବା ପରେ କମାରଗୁଡା ଓ କାଲଦାପଲ୍ଲୀ ଗାଁ ନିକଟରେ ସ୍ଥିତି ବେହାଲ ହୋଇଛି । ଯଦି ବର୍ଷା ଲାଗି ରହେ ତେବେ ପଡିଆ ବ୍ଲକର ପ୍ରାୟ ୮ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଯିବ ବୋଲି ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଦନୀ ନିକଟକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ଳୋକଙ୍କୁ ସତର୍କ କରାଯାଇଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0