ଭୁବନେଶ୍ବର : ବାଲେଶ୍ବରରେ ପୁଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ପ୍ରସଙ୍ଗରେ ନିଲମ୍ବିତ ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କ ଜଳେଶ୍ବର ସରକାରୀ କ୍ବାର୍ଟର ସମେତ ୭ଟି ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢାଉ ଚାଲିଥିବାର ଖବର ମିଳିଛି। ଧନେଶ୍ବର ସାହୁଙ୍କ କଟକ ଜିଲ୍ଲାର ନରସିଂହପୁରରେ ଥିବା ପୈତୃକ ଘର, ଶ୍ବଶୂର ଘର କଟକ ଓ ଭୁବନେଶ୍ବରରେ ଥିବା ଘର ଆଦିଠାରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି।
ସୂଚନାଯୋଗ୍ୟ ଗତ ୧୫ ତାରିଖରେ ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କ ବିରୁଦ୍ଧରେ ପୁଲିସ୍ ଡିଜି ଅଭୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କୁ ପୁଲିସ ଡିଜି ଅଭୟ ନିଲମ୍ବନ କରିଥିଲେ। ଏ ନେଇ ଟୁଇଟ୍ କରି ସୂଚନା ଦେଇଥିଲେଡିଜିପି ।
ପୂର୍ବରୁ ବାଲେଶ୍ବର ଏସ୍ପିଙ୍କୁ ପୁଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାର ତଦନ୍ତ ନିର୍ଦେଶ ଦେଇଥିଲେ ଆଇଜି ଦୀପ୍ତେଶ ପଟ୍ଟନାୟକ। ଏହାପରେ ଡିଜିପି ଅଭୟ ଏହି କାର୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସୂଚନା ଅନୁସାରେ, ନିଶା କାରବାରରେ ଧରାପଡ଼ି ଜାମିନରେ ବାହାରିବା ପରେ ମାଫିଆ ଜଣକ ଜବତ ଗାଡ଼ିକୁ ଛଡ଼ାଇବା ପାଇଁ ପୁଲିସ ଅଧିକାରୀଙ୍କ ସହ ମୁଲଚାଲ କରୁଥିବାର ଅଡ଼ିଓ ସାମ୍ନାକୁ ଆସିଥିଲା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଆସିଛି ଏପରି ସାଂଘାତିକ ଅଭିଯୋଗ ଏବଂ ଭାଇରାଲ ଅଡିଓରେ ନିଶା ବେପାରୀ ସହ କଥା ହେଉଥିବା ବାବୁ ଜଣକ ଜଲେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁ ବୋଲି ଚର୍ଚ୍ଚା ହୋଇଥିଲା । ସେପଟେ ପୁଲିସ ଓ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଥିଲେ ଜଣେ ଓକିଲ ।
ଅଭିଯୋଗ ଅନୁସାରେ ଫୋନର ଗୋଟିଏ ପଟେ ଅଛନ୍ତି ଡ୍ରଗ୍ସ ମାଫିଆ ଓ ଆଉ ଗୋଟିଏ ପଟେ ଅଛନ୍ତି ଜଳେଶ୍ୱର ଥାନାର ଆଇଆଇସି ଧନେଶ୍ୱର ସାହୁ । ଡ୍ରଗ୍ସ ମାଫିଆଜଣକ ବ୍ରାଉନସୁଗାର କାରବାର କରି ଧରାପଡ଼ିବା ପରେ ଏବେ ଜାମିନରେ ଅଛି। କିନ୍ତୁ ତାର ଜବତ ଗାଡ଼ି ଜଳେଶ୍ୱର ଥାନା ଆଇଆଇସିଙ୍କ କବଜାରେ ଅଛି । ଉକ୍ତ ଗାଡ଼ିକୁ ଛଡ଼ାଇବା ପାଇଁ ମାଫିଆ ଜଣକ ପୁଲିସ ଆଇଆଇସିଙ୍କୁ ୨ଲକ୍ଷ ଟଙ୍କା ଦେଇଥିବା କଥା କହୁଥିବା ସ୍ପଷ୍ଟ ଶୁଣାଯାଉଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0