spot_img

ବାରିପଦା ସହରାଞ୍ଚଳରେ ପସିଲା ବନ୍ୟା ପାଣି 

ବାରିପଦା: ଉତ୍ତର ଓଡିଶାରେ ବର୍ଷାର ପ୍ରଭାବ ଧୀରେ ଧୀରେ ବଢିବାରେ ଲାଗିଛି । ଗତ ରାତିରେ ବର୍ଷାର ପରିମାଣ ଏତେ ବଢିଛି ଯେ ବାରିପଦାର ସହରତଳି ଅଞ୍ଚଳର ୭ନଂ, ୮ନଂ, ୧୭ନଂ ୱାର୍ଡରେ ବନ୍ୟାପାଣି ପ୍ରବେଶ କରିଛି । ଉତ୍ତରା ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରି ମଧୁବନ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ଜିଲ୍ଲା ପ୍ରଶାସନ ବନ୍ୟା ପରିସ୍ଥିତି ଉପରେ ନଜର ରଖିବା ସହିତ ତଳି ଅଞ୍ଚଳଗୁଡିକରେ ଲୋକଙ୍କୁ ସତର୍କ କରାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଧନଜୀବନ କ୍ଷତି ହୋଇନଥିଲେ ମଧ୍ୟ ଝିପିଝିପି ବର୍ଷା ଲାଗି ରହି ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular