ନୂଆଦିଲ୍ଲୀ: ହଂକଂରେ ଜଣେ ୩୩ ବର୍ଷୀୟ ଯୁବକ ପୁଣି ଥରେ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଏହା ବିଶ୍ୱର ପ୍ରଥମ ସାନି ସଂକ୍ରମଣ ମାମଲା ବୋଲି ଜଣାପଡ଼ିଛି । ଗତ ଏପ୍ରିଲ ମାସରେ ସେ କରୋନାରୁ ସୁସ୍ଥ ହୋଇଥିଲେ । ତେବେ ସେ ଚଳିତ ମାସରେ ୟୁରୋପରୁ ସ୍ୱଦେଶ ଫେରୁଥିବା ସମୟରେ ବିମାନବନ୍ଦରରେ ସ୍କ୍ରିନିଂ ବେଳେ ସେ ପୁଣି ଥରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥ୍ିଲା । ଏହି ଘଟଣା କିନ୍ତୁ ବିଶ୍ୱର ଚିକିତ୍ସା ବିଜ୍ଞାନୀଙ୍କୁ ଚିନ୍ତାରେ ପକାଇ ଦେଇଛି । କାରଣ କୋଭିଡରୁ ସମ୍ପୂର୍ଣ୍ଣ ସୁସ୍ଥ ହେବାର ଚାରିମାସ ପରେ ପୁନଃ ଆକ୍ରାନ୍ତ ହେବା ବାସ୍ତବରେ ଚିନ୍ତାଜନକ । ଅପରପକ୍ଷେ ହଂକଂ ବିଶ୍ୱବିଦ୍ୟାଳୟର ଗବେଷକମାନେ ଉକ୍ତ ଯୁବକଙ୍କଠାରେ ଏକ ଭିନ୍ନ ପ୍ରଜାତିର କରୋନା ଭୂତାଣୁ ଠାବ କରିଛନ୍ତି । ଏଥର ସଂକ୍ରମଣରେ ଉକ୍ତ ଯୁବକଙ୍କଠାରେ ସେପରି କିଛି ନମୁନା ଦେଖାଯାଇନଥିବା ସୂଚନା ମିଳିଛି । ତେଣୁ ଏହି ଭୂତାଣୁର କ୍ଷିପ୍ରତା ସେତେ ଅଧିକ ନଥିବା କୁହାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0