spot_img

ଲୋକାର୍ପିତ ହେଲା ଇନ୍ଦ୍ର ଡ୍ୟାମ୍

ନୂଆପଡ଼ା: ଦୀର୍ଘ ୨୦ ବର୍ଷର ଅପେକ୍ଷା ପରେ ଲୋକାର୍ପିତ ହୋଇଛି ନୂଆପଡ଼ା ଜିଲ୍ଲାର ବହୁ ପ୍ରତିକ୍ଷୀତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବା ତିଖାଲି ଡ୍ୟାମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଆସି ତିଖାଲି ଡ୍ୟାମକୁ ଲୋକାର୍ପିତ କରିଛନ୍ତି। ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେତେବେଳେ ଏହାର ବ୍ୟୟ ଅଟକଳ ୨୧୧ କୋଟି ଥିବା ବେଳେ ଏବେ ଏହା ୧୯୨୫ କୋଟି ୬୩ ଲକ୍ଷରେ ପହଞ୍ଚିଛି।

ହି ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲାର ୮୯ଟି ଗାଁ ଏବଂ ବଲାଙ୍ଗିର ଜିଲ୍ଲାର ୧୯ଟି ଗାଁ ଜଳସେଚିତ ହେବ। ଲୋୟର ଇନ୍ଦ୍ର ପାଇଁ ପ୍ରାୟ ୧୯ ହଜାର ୯୦୦ ହେକ୍ଟର ଜମି ପାଣି ପାଇବ। ଏହି ପ୍ରକଳ୍ପ ଯୋଗୁ ୧୨ଟି ଗାଁ ସଂପୂର୍ଣ୍ଣ ବୁଡ଼ି ଯାଇଥିଲା ଓ ୧୯ଟି ଗାଁ ଆଂଶିକ ବୁଡି ହୋଇ ଥିବା ବେଳେ ସମୁଦାୟ ୩୧ ଖଣ୍ଡ ଗାଁ ପ୍ରଭାବିତ ହୋଇ ଥିଲା। ଯେଉଁଥିରେ ପ୍ରାୟ ୬ ହଜାର ଲୋକେ କ୍ଷତିଗ୍ରସ୍ତ ହୋଇଥିଲେ। ଆଜିର ନୂଆପଡ଼ା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କୋମନା ବ୍ଲକର ତିଖାଲି ଡ୍ୟାମ ସାଇଟର ଲୋକାର୍ପଣ କରିଛନ୍ତି। ଏହାପରେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular