ଲଦାଖ: ଲଦାଖ ସୀମାରେ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଚାଇନା ଲଦାଖ ସୀମାରେ ଉତ୍ତେଜନା ସୃଷ୍ଟି କରୁଥିବାରୁ ଏହାର ମୁକାବିଲା ପାଇଁ ଭାରତୀୟ ସେନା ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଚୀନକୁ କାଉଣ୍ଟର କରିବା ପାଇଁ ଭାରତୀୟ ସେନା ଲଦାଖ ସୀମାରେ ଟ୍ୟାଙ୍କ ମୁତୟନ କରିଛି । ଅତ୍ୟାଧୁନିକ ଜ୍ଞାନ କୌଶଳ ବିଶିଷ୍ଟ ଟ୍ୟାଙ୍କର ଟି-୯୦ ଓ ଟି-୭୨ ଦୁଇଟି ଟ୍ୟାଙ୍କ ଲଦାଖ ସୀମାରେ ମୁତୟନ କରିଛି ଭାରତୀୟ ସେନା । ଉଲ୍ଲେଖଯୋଗ୍ୟ, ଏହି ଟ୍ୟାଙ୍କ ବିଯୁକ୍ତ ୪୦ ଡ଼ିଗ୍ରୀ ତାପମାତ୍ରାରେ ବି ଗୁଳି ବର୍ଷା କରିପାରିବ । ମିଳିଥିବା ସୂଚନା ଅନୁଯାୟୀ, ଏଲଏସି ନିକଟରେ ଥିବା ଚୁମାର ଓ ଡ଼େମୋକୋକ ଅଂଚଳରେ ଏହି ଟ୍ୟାଙ୍କରକୁ ମୁତୟନ କରାଯାଇଛି । ଏହା ସହିତ ଡ଼୍ରାଗନ ସେନାକୁ ଉଚିତ ଜବାବ ଦେବା ପାଇଁ ଭାରତୀୟ ସେନା ପକ୍ଷରୁ ବିଏମପି-୨ ଇନଫାଣ୍ଟ୍ରୀ ଯୁଦ୍ଧ ଗାଡ଼ି ନିୟୋଜିତ କରାଯାଇଛି । ଏହି ଗାଡ଼ି ମଧ୍ୟ ୪୦ ଡ଼ିଗ୍ରୀ ତାପମାତ୍ରାରେ କାର୍ଯ୍ୟକ୍ଷମ ହୋଇ ଶତ୍ରୃ ପକ୍ଷକୁ ଉଚିତ ଜବାବ ଦେଇପାରିବ । ଲଦାଖରେ ନିୟୋଜିତ ହୋଇଥିବା ଟି-୯୦ ଟ୍ୟାଙ୍କ ଗୁଡ଼ିକ ରୁଷରେ ନିର୍ମିତ ହୋଇଛି । ଏହି ଟ୍ୟାଙ୍କର ନାମ ହେଉଛି ‘ଭୀଷ୍ମ’ । ଏହି ଟ୍ୟାଙ୍କରରେ ୧୨୫ ଏମଏମର ବନ୍ଧୁକ ଖଞ୍ଜା ହୋଇଛି ଏବଂ ଏହାର ଓଜନ ୪୬ ଟନ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0