ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ କିଛି ଦିନ ତଳେ ସାମିଲ ହୋଇଥିବା ରାଫେଲ ଯୁଦ୍ଧ ବିମାନକୁ ଉଡାଇବେ ମହିଳା ପାଇଲଟ। ରାଫେଲକୁ ବାୟୁସେନାର ୧୭ତମ ସ୍କ୍ବାଡ୍ରନରେ ଅନ୍ତର୍ଭୁକ୍ତ କରାଯାଇଛି। ବାୟୁସେନାର ୧୦ଜଣ ମହିଳା ପାଇଲଟଙ୍କୁ ବର୍ତ୍ତମାନ ଏଥିରେ ସାମିଲ କରାଯିବା ପାଇଁ ତାଲିମ ଦିଆଯାଉଛି, ଯେଉଁଥିରୁ ଜଣେ ମହିଳା ପାଇଲଟଙ୍କ ରାଫେଲ ଯୁଦ୍ଧ ବିମାନ ଉଡାଇବା ପାଇଁ ଚୟନ କରାଯିବ ବୋଲି ଜଣା ପଡ଼ିଛି। ଯେଉଁ ୧୦ଜଣ ମହିଳା ପାଇଲଟଙ୍କୁ ବର୍ତ୍ତମାନ ରାଫେଲ ଯୁଦ୍ଧ ବିମାନ ଉଡାଇବାପାଇଁ ତାଲିମ ଦିଆଯାଉଛି, ସେମାନେ ବର୍ତ୍ତମାନ ମିଗ୍ -୨୧ରେ ନିୟୋଜିତ ଅଛନ୍ତି। ମିଗ୍ -୨୧ ଏବଂ ରାଫେଲ ଉଡାଇବାରେ ଅନେକ ପାର୍ଥକ୍ୟ ଥିବାରୁ ପାଇଲଟମାନଙ୍କୁ ସେ ନେଇ ତାଲିମ ଦିଆଯାଉଛି। ଚଳିତ ମାସରେ,ଅମ୍ବାଲାରେ ରାଫେଲ ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରାଯାଇଥିଲା। ଏହା ପରେ, ଏହି ବିମାନଗୁଡ଼ିକ ଲଦାଖର ଆକାଶରେ ମଧ୍ୟ ଉଡାଣ ଭରିଥିଲେ।ସୂଚନା ମୁତାବକ, ବାୟୁସେନାରେ ମୋଟ ୪୨୩୧ଜଣ ପାଇଲଟଙ୍କ ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ବାୟୁସେନାରେ ପ୍ରାୟ ୩୦୦ଯୁଦ୍ଧ ବିମାନ ପାଇଲଟଙ୍କ ଅଭାବ ରହିଛି ଜ୍ଝ ପ୍ରାରମ୍ଭିକ ସମୟରେ ମହିଳା ପାଇଲଟଙ୍କ ସଂଖ୍ୟା ବହୁତ କମ୍ ଥିଲା, କିନ୍ତୁ ସମୟ ସହିତ ଏହା ମଧ୍ୟ ବୃଦ୍ଧି ପାଉଛି



Visitors Today : 1
Total Visitors : 130301
Total Views : 9891804
Visitors Online Now : 0