spot_img

ସମ୍ପତ୍ତି ପାଇଁ ନିଜର ୩ ଭାଇଙ୍କୁ କରିଥିଲେ ଅପହରଣ

ସଂପତ୍ତି ପାଇଁ ହଜିଗଲା ମଣିଷତ୍ୱ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ହାଇଦ୍ରାବାଦ ସହରରେ । ଟିଡିପି ସରକାରରେ ମନ୍ତ୍ରୀ ଥିବା ଭୂମା ଅଖିଳ ପ୍ରିୟା ସଂପତ୍ତି ଲୋଭରେ ତାଙ୍କର ୩ ଭାଇଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ହେବା ପରେ ,ପୋଲିସ ମନ୍ତ୍ରୀ ଭୂମାଙ୍କୁ ଗିରଫ୍ କରିଛି । ସୂଚନାରୁ ଜଣାଯାଇଛି ଭୂମା ୨୦୦ କୋଟି ଟଙ୍କାର ଏକ ଜମି ପାଇଁ ରଚିଥିଲେ ଅପହରଣ ର ଷଡଯନ୍ତ୍ର । ଏହି ଷଡଯନ୍ତ୍ରରେ ସାମିଲ କରିଥିଲେ ୧୦ ରୁ ୧୫ ଜଣ ଯୁବକଙ୍କୁ । ସେମାନେ ମଙ୍ଗଳବାର ରାତିରେ ଆୟକର ଅଧିକାରୀ ବୋଲି ସୂଚନା ଦେଇ ଭୂମାଙ୍କ ବାସଭବନରେ ପ୍ରବେଶ କରିଥିଲେ । ସେଠାରେ ସେମାନେ ଭୂମାଙ୍କ ପରିବାର ଲୋକଙ୍କୁ ଏକ ଘରେ ବନ୍ଦ କରି ଦୀର୍ଘସମୟ ଧରି ଚଢାଉ କରିଥିଲେ । ଏହାପରେ ଜାଲ ୱାରେଣ୍ଟ କାଗଜ ଦେଖାଇ ପରିବାରର ଅନ୍ୟ ଲୋକମାନଙ୍କୁ ଏକ ଘରେ ବନ୍ଦ କରିଦେଇଥିଲେ । ଏହାପରେ ଭୂମାଙ୍କ ୩ ଭାଇଙ୍କୁ ଗିରଫ୍ କରିବା ନାମରେ ଅପହରଣ କରିନେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular