ଭୁବନେଶ୍ୱର: ଇଞ୍ଜିନିୟରିଙ୍ଗ ଓ ମେଡିକାଲ ପାଠ୍ୟକ୍ରମରେ ଶିକ୍ଷାର୍ଥୀମାନଙ୍କ ଲାଗି ଉଚ୍ଚ କ୍ଷମତାସମ୍ପନ୍ନ ଗଠିତ । ଏହି ପାଠ୍ୟକ୍ରମରେ ଅଧ୍ୟୟନ ନିମନ୍ତେ ସରକାରୀ ହାଇସ୍କୁଲରେ ପଢୁଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଆସନ ସଂରକ୍ଷଣ ପ୍ରସଙ୍ଗରେ ୨୦୨୦ ଡିସେମ୍ବର ୨୮ରେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ସଂକ୍ରାନ୍ତରେ ଆବଶ୍ୟକ ସୁପାରିସ ନିମନ୍ତେ ଓଡ଼ିଶା ସରକାର ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ ଏ.କେ. ମିଶ୍ର ଏହି କମିଟିର ଅଧ୍ୟକ୍ଷ ତଥା ମୁଖ୍ୟ ହେବେ। ୧୯୫୮ ମସିହାରେ ଯାଜପୁରରେ ଜନ୍ମିତ ଜଷ୍ଟିସ୍ ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିବା ପରେ କଟକସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲଲବି ଓ ଏଲଏଲଏମ ଡିଗ୍ରି ହାସଲ କରିଥିଲେ। ଏହି କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି, ‘ବାର୍କ’ସ୍ଥିତ ଲେଜର ଆଣ୍ଡ ପ୍ଲାଜମା ଟେକ୍ନୋଲୋଜି ଡିଭିଜନର ପୂର୍ବତନ ମୁଖ୍ୟ ତଥା ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ରାଜ୍ୟ ‘ଡିଏମଇଟି’ ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଅଧ୍ୟକ୍ଷ ବି. ଏସ. ପୁନିଆ, ଆଇଏଏସ, ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମର ନିର୍ଦେଶକ ଜି. ରେଘୁ, ଆଇଏଏସ ଏବଂ ଆବାହକ ସଦସ୍ୟ ହେଉଛନ୍ତି ‘ଏସଡି ଆଣ୍ଡ ଟିଇ ଡିପାର୍ଟମେଣ୍ଟ’ର ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଡକ୍ଟର ଏ. କେ. ନାୟକ, ଓଏଏସ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0