ଘଟଗାଁ : ଗତକାଲି ରାତି ମଧ୍ୟରାତ୍ରି ସମୟରେ ୨୦ନଂ ଜାତୀୟ ରାଜପଥର କେନ୍ଦୁଝର ଠାରୁ ଘଟଗାଁ ମଧ୍ୟବର୍ତି ଚାନ୍ଦପଷି ଛକ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର କରିଛି ଢେଙ୍କିକୋଟ ଫାଣ୍ଡି ପୋଲିସ୍ l ମିଳିଥିବା ସୁଚନା ଅନୁସାରେ , ଯୁବକ ଜଣଙ୍କର ଶବକୁ ଚାନ୍ଦପଷି ଛକ ନିକଟସ୍ଥ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ବେଳେ ମୁଣ୍ଡ ଉପରେ କୌଣସି ଗାଡି ଚଢିଯାଇଥିବାରୁ କିମ୍ବା ବାଇକ ପଛପଟୁ ଖସି ପଡି ଏଭଳି ଘଟଣା ହୋଇଥିବା ଅନୁମାନ କରାଯାଉଛି l ତେବେ ମୃତ ଦେହ ସ୍ଥାନୀୟ ଲୋକେ ଦେଖି ସଙ୍ଗେ ସଙ୍ଗେ ଢେଙ୍କିକୋଟ ଫାଣ୍ଡି ପୋଲିସ୍ କୁ ଖବର ଦେଇଥିଲେ l ପୋଲିସ୍ ଘଟଣାସ୍ଥଳରେ ପହଂଚି ଶବଟିକୁ ଉଦ୍ଧାର କରଛି l ଯୁବକ ଜଣଙ୍କର ପରିଚୟ ମିଳିନଥିବା ପୋଲିସ୍ ପଖ୍ୟରୁ ସୁଚନା ମିଳିଛି l ଯୁବକ ଜଣଙ୍କର ଆନୁମାନିକ ବୟସ ୨୫ ରୁ ୩୦ ବୋଲି ଜଣାପଡୁଛି l



Visitors Today : 0
Total Visitors : 130175
Total Views : 9891622
Visitors Online Now : 0