ପୁରୀ : ଡ୍ୟୁଟିରେ ଥାଇ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିବା ୪ ଜଣ ସ୍ବାସ୍ଥ୍ୟକର୍ମୀ ଚାକିରୀରୁ ବହିଷ୍କୃତ କରାଯାଇଛି । ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି । ତେବେ ଏହି କଟକଣାକୁ ଉଲଂଘନ କରି ଗତ ୨୭ ତାରିଖରେ ଡ୍ୟୁଟିରେ ନିୟୋଜିତ ଥିବା ସ୍ବାସ୍ଥ୍ୟକର୍ମୀ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।
ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭିତରକୁ ପ୍ରବେଶ କରିବା ଏବଂ ବାଇଶି ପାହାଚ ଅତିକ୍ରମ କରି ଶ୍ରୀମନ୍ଦିର ଭିତରେ ପହଞ୍ଚିବାରେ ସକ୍ଷମ ହୋଇଥିବା ଭିଜୁଆଲ କଏଦ ହୋଇଥିଲା। ନା ସେମାନେ ପୌରସଂସ୍ଥାର କୁପନ ଦେଖାଇଥିଲେ ନା ସେମାନଙ୍କ ପାଖରେ ଆଧାର କାର୍ଡ ଥିଲା ନା କୌଣସି ପୌରାଞ୍ଚଳର ପରିଚୟ ପତ୍ର ଥିଲା । କିଛି ନଥାଇ ମଧ୍ୟ ଏତେ କଟକଣା ମଧ୍ୟରେ ନିଜ ପଦବୀର ଦୁରୁପଯୋଗ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଥିଲେ ଏହି ମହିଳା ସ୍ବାସ୍ଥ୍ୟକର୍ମୀ ।



Visitors Today : 2
Total Visitors : 130441
Total Views : 9891975
Visitors Online Now : 0