କେନ୍ଦ୍ରାପଡା : ରାଜକନିକା ଗଞ୍ଜା ଘାଟ ନିକଟରୁ ଚାରି କୁଖ୍ୟାତ ଅପରାଧୀ ଗିରଫ।ଡକାୟତି ଯୋଜନା ପିଣ୍ଡ।ଧରିଲା ରାଜକନିକା ପୋଲିସ।ତେବେ ରାଜକନିକା ପୋଲିସକୁ ବଡ଼ ସଫଳତା ମିଳିଛି । ପଟ୍ଟାମୁଣ୍ଡାଇ ଚଉଦ କୂଲାଟ ଅଞ୍ଚଳରୁ ଏକ ସୁନା ଦୋକାନରୁ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ରାଜକନିକା ପୋଲିସ ଅଧିକାରୀ ଉମାକାନ୍ତ ନାୟକ ସଦଳବଳେ ପହଁଚି ଡ଼କାୟତ ମାନଙ୍କୁ କାବୁ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଚାରିଜଣ ଖସିଯିବାରେ ସଫଳ ହୋଇଥିଲେ ଅନ୍ୟ ଚାରିଜଣଙ୍କ ପୋଲିସ ଗିରଫ କରିଛି।ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ,ତିନୋଟି ଜୀବନ୍ତ ଗୁଳି,ଦଶଟି ମୋବାଇଲ,ଦୁଇଟି ବାଇକ ସହିତ ଗୋଟିଏ ଟାଟା ସଫାରି ଗାଡିକୁ ଜବତ କରିଛି।ତେବେ ଟାଟା ସଫାରି ଗାଡିଟି ରାଜକନିକାର କୁଖ୍ୟାତ ଅପରାଧୀ ରାଜକିଶୋର ଧଳ ଓରଫ ନାଲୁର ବୋଲି ଜଣା ପଡ଼ିଛି।ତେବେ ଏନେଇ ଆଜି ରାଜକନିକା ଥାନାରେ ପଟ୍ଟାମୁଣ୍ଡାଇ ଏସ ଡି ପି ଓ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି କି ଧରା ହୋଇଥିବା ଡ଼କାୟତ ମାନେ କେନ୍ଦ୍ରାପଡା ଇନ୍ଦୁପୁର,ପିଟାମୁଣ୍ଡାଇ, ରାଜକନିକାର ବାଦରଜା ଓ ହଟିଆପଡା ଅଞ୍ଚଳର ଖସି ଯାଇଥିବା ଅପରାଧୀ ମାନଙ୍କ ମଧ୍ୟରୁ ଜଣେ ରାଜକନିକାର ଆୟତନ ଅଞ୍ଚଳର ବୋଲି ନାଲୁ ସୂଚନା ଦେଇଛନ୍ତି।ତେବେ ସେମାନଙ୍କ ନାମରେ ଜିଲ୍ଲା ତଥା ଜିଲ୍ଲା ବାହାରେ ଅନେକ ଥାନାରେ ଡକାୟତି, ଲୁଟ ଓ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ରହିଛି।ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0