ଭୁବନେଶ୍ୱର: ରାଜଧାନୀରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁଇଟି କାର୍ ମୁହାଁମୁହିଁ ଧକ୍କା ହେବା ପରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି ।
ରାତି ପ୍ରାୟ ସାଢ଼େ ୧ଟା ବେଳେ ଗୋଟିଏ କାର୍ ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ଦେଇ ନାଲକୋ ଛକରେ ପହଞ୍ଚିଥିବା ବେଳେ ଅନ୍ୟ ଏକ କାର ଡମଣାରୁ ଜୟଦେବ ବିହାର ଆସୁଥିଲା । ନାଲ୍କୋ ଛକରେ ପରସ୍ପର ମୁହାଁ ମୁହିଁ ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନଙ୍କର ଘର ନୀଳାଦ୍ରି ବିହାର ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏନେଇ ଚନ୍ଦ୍ରଶେଖର ଥାନା ପୁଲିସ ପକ୍ଷରୁ ତଦନ୍ତ ଚାଲିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0