ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳମାନେ ବିଭିନ୍ନ ପ୍ରକାରର ଅବାନ୍ତର ପ୍ରତିଶ୍ରୁତିମାନ ଦେଉଛନ୍ତି । ଦଳମାନେ ସରକାରୀ ତହବିଲରୁ ଟଙ୍କା ବ୍ୟୟ କରି ଲୋକମାନଙ୍କୁ ମାଗଣା ସାମଗ୍ରୀ ବାଣ୍ଟିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ବେଳେବେଳେ ନେତାମାନେ ଏପରି ଅବାସ୍ତବ ମାଗଣା ପ୍ରତିଶ୍ରୁତି ମାନ ଘୋଷଣା କରୁଛନ୍ତି ଯାହାକୁ ପୂରଣ କରିବା ସରକାରୀ ବଜେଟ ପାଇଁ ସମ୍ଭବ ନୁହେଁ । ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହା ଏକ ଗୁରୁତର ମାମଲା ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିନ ଏନ.ଭି.ରମନ୍ନା କହିଛନ୍ତି । ସେ କହିଛନ୍ତି ଏହାକୁ ସେ ରୋକିବାକୁ ଚାହୁଁଛନ୍ତି । ଏହାକୁ କିପରି ରୋକାଯାଇପାରିବ ? ଆଗାମୀ ନିର୍ବାଚନରେ ଏହାକୁ ରୋକିବାକୁ ସେ ଚାହାନ୍ତି । ଘୋଷଣା ହେଉଥିବା ମାଗଣା ସାମଗ୍ରୀ ଦେଶର ବଜେଟଠାରୁ ଅଧିକ । ଏହି ମନ୍ତବ୍ୟ ଦେବା ସହ କୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି । ଏହା ଏକ ଗୁରୁତର ମାମଲା ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିନ ଏନ.ଭି.ରମନ୍ନା କହିଛନ୍ତି । ସେ କହିଛନ୍ତି ଏହାକୁ ସେ ରୋକିବାକୁ ଚାହୁଁଛନ୍ତି । ଏହାକୁ କିପରି ରୋକାଯାଇପାରିବ ? ଆଗାମୀ ନିର୍ବାଚନରେ ଏହାକୁ ରୋକିବାକୁ ସେ ଚାହାନ୍ତି । ଘୋଷଣା ହେଉଥିବା ମାଗଣା ସାମଗ୍ରୀ ଦେଶର ବଜେଟଠାରୁ ଅଧିକ । ଏହି ମନ୍ତବ୍ୟ ଦେବା ସହ କୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0