ନୂଆଦିଲ୍ଲୀ: ଆମ ଦେଶ ଭାରତବର୍ଷକୁ ସ୍ୱାଧିନତା ହାସଲ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ତେବେ ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପ୍ରତିବର୍ଷ ଜାନୁଆରୀ ୨୩କୁ ସରକାର ‘ପରାକ୍ରମ ଦିବସ’ ପାଳନ କରିବାର ନିଷ୍ପତି ନେଇଛନ୍ତି ।
Government of India has decided to celebrate the birthday of Netaji Subhash Chandra Bose, on 23rd January, as 'Parakram Diwas' every year: Ministry of Culture pic.twitter.com/Cg0P8gjyFt
— ANI (@ANI) January 19, 2021
ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି। ଚଳିତ ବର୍ଷ ନେତାଜୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ନେତାଜୀଙ୍କ ନିସ୍ୱାର୍ଥପର ସେବା ତଥା ଦେଶ ପ୍ରତି ସମ୍ମାନକୁ ମନେ ରଖିବା ପାଇଁ ଭାରତ ସରକାର ପ୍ରତିବର୍ଷ ୨୩ ଜାନୁଆରୀକୁ ପରାକ୍ରମ ଦିବସ ଭାବରେ ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0