ଭୁବନେଶ୍ୱର : ଗତ ୧୬ତାରିଖରେ ରାଜ୍ୟକୁ ୪.୦୮ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଆସିଥିବାବେଳେ ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ୟ୍ୟାୟ କରୋନା ଟିକା । ଆଜି ପ୍ରାୟ ୧୦ ଡୋଜ ବିଶିଷ୍ଟ ୩୩ ହଜାର ୪୫୦ ଭାଏଲ ଅର୍ଥାତ ୩ଲକ୍ଷ ୩୪ହଜାର ୫୦୦ ଡୋଜ ଆସିବାର ଅଛି ବୋଲି ସୂଚନା ମିଳୁଛି । ଆଜି ଅପରାହ୍ନ ପ୍ରାୟ ୪ଟା ୨୫ ମିନିଟରେ ଏହି ଟିକା ଧରି ଆସୁଥିବା ବିମାନ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବ। ଏହି ସମସ୍ତ ଟିକା ସ୍ୱାସ୍ଥ୍ୟସେବା ହିତାଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ। ତେବେ ଯେଉଁ ହିତାଧିକାରୀମାନେ ସ୍ୱେଚ୍ଛାକୃତ ଟିକାକରଣକୁ ପ୍ରତ୍ୟାଖ୍ୟାନ କରିବେ ସେମାନଙ୍କୁ ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ମାଗଣା କୋଭିଡ ଟିକାକରଣର ସୁଯୋଗ ଦିଆଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0