spot_img

ଗ୍ୟାଲେରିରେ ଖେଳ ଜମାଇଲେ ଭାରତୀୟ ପ୍ରଶଂସକ

ସିଡନୀ: ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ ମ୍ୟାଚ ମଧ୍ୟରେ ପଡିଆରେ ଘଟିଲା ଏକ ନିଆରା ଘଟଣା । ଉଭୟ ଦଳ ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ ଗ୍ୟାଲେରୀରେ ଭାରତୀୟ ପ୍ରଶଂସକ ତାଙ୍କ ଅଷ୍ଟ୍ରେଲୀୟ ବାନ୍ଧବୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଯାହାକି ଖେଳୁଥିବା ଖେଳାଳିଙ୍କ ସହ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ତେବେ ଭାରତୀୟ ଯୁବକ ଜଣକ ତାଙ୍କ ପକେଟରୁ ମୁଦି ବାହାର କରି ଫିଲ୍ମୀ ଷ୍ଟାଇଲରେ ତାଙ୍କୁ ପ୍ରୋପଜ କରିଥିଲେ । ଏହାର ଉତ୍ତରରେ ଯୁବତୀ ଜଣକ ମୁଣ୍ଡ ହଲାଇ ସହମତି ଜଣାଇବା ସହ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ ।

ଅନ୍ୟପଟେ ଏହି ଦୃଶ୍ୟକୁ ଷ୍ଟାଡିୟମର ବଡ ପରଦାରେ ଦେଖାଯାଇଥିଲା । ତେବେ ଫିଲଡିଂ କରୁଥିବା ଅଷ୍ଟ୍ରେଲିଆ ଦଳର ଗ୍ଲେନ ମ୍ୟାକ୍ସୱେଲ ଉଭୟଙ୍କୁ ତାଳିମାରି ଅଭିନନ୍ଦନ ଜଣାଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ମ୍ୟାଚରେ ଭାରତୀୟ ଦଳ ୫୧ ରନରେ ହାରିଥିଲା । ତେବେ ଏହାକୁ ଟ୍ରଲକରି ଟ୍ୱିଟରେ କ୍ରିକେଟ ପ୍ରଶଂସକ ଗ୍ୟାଲେରିରେ ଖେଳ ଜମାଇଲେ ଭାରତୀୟ ବୋଲି ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular