ଦିଲ୍ଲୀ: କେନ୍ଦ୍ର ସରକାର ଏବଂ କୃଷକଙ୍କ ମଧ୍ୟରେ ଜାରି ରହିଛି ଲଢେଇ । ଦିଲ୍ଲୀ ହରିୟାଣା ସୀମାରେ ୫ମ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ଜନ୍ତରମନ୍ତରରେ ଧାରଣା ଦେବାକୁ ସେମାନେ ଜିଦ୍ ଧରି ବସିଛନ୍ତି । ଏନେଇ ଗତକାଲି ରାତିରେ ଜେ.ପି. ନଡ୍ଡାଙ୍କ ଘରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂ, ନରେନ୍ଦ୍ର ସିଂ ତୋମାର ସାମିଲ ଥିଲେ । ସେପଟେ ଦାବି ପୂରଣ ନ ହେଲେ ଚାଷୀ ଦିଲ୍ଲୀ ଜାମ କରିବାକୁ ଚେତାବନୀ ଦେଇଛନ୍ତି । ଆନେ୍ଦାଳନ କରୁଥିବା ଚାଷୀ ବୁରାଡି ଯିବାକୁ ମନା କରି ଦେଇଛନ୍ତି । ଭାରତୀୟ କିଷାନ ୟୁନିଅନ୍ ପଞ୍ଜାବର ରାଜ୍ୟ ଅଧ୍ୟକ୍ଷ କହିଛନ୍ତି ବୁରାଡି ଜେଲ ଯିବା ଅପେକ୍ଷା ଚାଷୀମାନେ ଦିଲ୍ଲୀର ପାଞ୍ଚଟି ପ୍ରବେଶ ପଥକୁ ଅବରୋଧ କରାଯିବ । ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କୃଷକମାନଙ୍କ ସମସ୍ତ ଦାବି ନେଇ ଆସନ୍ତା ଡିସେମ୍ବର ୩ ପର୍ବରୁ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ । ବୁରାଡି ମୈଦାନକୁ ଆନ୍ଦୋଳନକାରୀ ଯିବା ପରଦିନ ସରକାର ସେମାନଙ୍କ ସହ ଆଲୋଚନା କରିବେ ବୋଲି ଶାହା କହିଥିଲେ । ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି କୃଷକ ସଂଗଠନ । ଅନ୍ୟପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସରକାର ସବୁ ବେଳେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।



Visitors Today : 5
Total Visitors : 130180
Total Views : 9891631
Visitors Online Now : 0