ପୁଣି ଥରେ କଶ୍ମୀର ଆଳାପ ଗାଇଲା ପାକିସ୍ତାନ। ହେଲେ ସବୁଥର ପରି ଏଥର ବି ଭାରତ ଦେଲା କଡ଼ା ଜବାବ । କଶ୍ମୀର ପ୍ରସଙ୍ଗ ଉପସ୍ଥାପନ କରିବାକୁ ଗୋଟିଏ ବି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁ ନ ଥିବା ପାକିସ୍ତାନକୁ ସବୁଥର ପରି ଏଥର ବି ନିରାଶ ହେବାକୁ ପଡ଼ିଛି। ପାକିସ୍ତାନ ତରଫରୁ ପ୍ରଧିନିଧୀତ୍ୱ କରୁଥିବା ମୁନୀର ଅକମରଙ୍କ ତରଫରୁ ଏହି ପ୍ରସଙ୍ଗ ଉଠାଯିବା ପରେ ଏହାର ଜବାବ ଦେବାକୁ ଯେଇ କାଜଲ ଭଟ୍ଟ କହିଛନ୍ତି, କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ-କଶ୍ମୀର ଓ ଲଦାଖ ସବୁବେଳେ ଅଖଣ୍ଡ ଭାରତର ଅଙ୍ଗ ଅଟେ ଓ ରହିବ । ଯାହାର କେତକ ଅଂଶକୁ ପାକିସ୍ତାନ ଅବୈଧ ଭାବେ କବଜା କରି ରଖିଛି। ପାକିସ୍ତାନ ଅବୈଧ ଭାବେ କବଜା କରିଥିବା ଅଞ୍ଚଳକୁ ତୁରନ୍ତ ଖାଲି କରୁ ବୋଲି ଭାରତ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହାବାଦ ସେ କହିଛନ୍ତି, ପାକିସ୍ତାନ ଏପରି ଏକ ଦେଶ ଯାହା ଆତଙ୍କବାଦୀଙ୍କୁ ଖୁଲା ସମର୍ଥନ ଦେଉଥିବା ଦେଶ ହିସାବରେ ସମଗ୍ର ବିଶ୍ୱରେ ପରିଚିତ। ଆତଙ୍କବାଦୀ ସଂସ୍ଥାକୁ ଫଣ୍ଡି, ହତିଆର, ଟ୍ରେନିଂ ଦେବା । ଏହି ଦେଶର ଜାତୀୟ ନୀତି । ୟୁନିସ୍କୋ ତରଫରୁ ଘୋଷିତ ଆତଙ୍କବାଦୀଙ୍କ ଲିଷ୍ଟର ସବୁଠୁ ଅଧିକ ଏହି ଦେଶରେ ହିଁ ଅଛନ୍ତି। ଜମ୍ମୁ-କଶ୍ମୀରର ବାସିନ୍ଦା ହୋଇଥିବା ଡକ୍ଟର ଭଟ୍ଟ କହିଛନ୍ତି, ୟୁଏନ୍ ସଦସ୍ୟ ଏ ସମ୍ପର୍କରେ ଅବଗତ ଅଛନ୍ତି ଯେ, ପାକିସ୍ତାନ ସବୁବେଳେ ଆତଙ୍କବାଙ୍କୁ ଖୁଲମଖୁଲା ସମର୍ଥନ ଜଣାଇ ଆସୁଛି । ଆତଙ୍କବାଦୀଙ୍କୁ ସହାୟତା ଓ ଶରଣ ଦେବା ପାକିସ୍ତାନର ପୁରୁଣା ଇତିହାସ ଓ ନୀତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0