ଆଜି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ସଚିନ ପାଇଲଟ୍ଙ୍କ ସହ ଚାଲିଥିବା ଦୀର୍ଘ ଦିନର ବିବାଦର ଅବସାନ ଘଟାଇବାକୁ ଯାଇ କ୍ୟାବିନେଟ୍ ସମ୍ପ୍ରସାରଣ କରିବେ ବୋଲି କଳ୍ପନାଜଳ୍ପନା ଜୋର୍ ଧରିଛି। ଦଳର ନେତାମାନେ କହୁଛନ୍ତି, ରାଜସ୍ଥାନ କ୍ୟାବିନେଟ୍ ସମ୍ପ୍ରସାରଣ ଏବଂ ରାଜ୍ୟ ନିଗମମାନଙ୍କରେ ଅଧ୍ୟକ୍ଷ ନିଯୁକ୍ତି ସମ୍ବନ୍ଧରେ ଆଲୋଚନା କରିବାକୁ ଗେହଲଟ୍ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି, ରାଜସ୍ଥାନରେ କ୍ୟାବିନେଟ୍ ପୁନର୍ବିନ୍ୟାସ କଥା ଦଳର ହାଇକମାଣ୍ଡ୍ ସ୍ଥିର କରିବେ। ଏ ସମ୍ପର୍କରେ ଅଜୟ ମାକେନଙ୍କ ପାଖରେ ସମସ୍ତ ସୂଚନା ରହିଛି। ଆମର ଇଚ୍ଛା ରାଜ୍ୟରେ ଉତ୍ତମ ଶାସନ ଚାଲୁ। ତାଙ୍କ ମନ୍ତ୍ରାଳୟରେ ସଚିନ ପାଇଲଟ୍ଙ୍କ ସମର୍ଥକମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଗତକାଲି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଗେହଲଟ୍ଙ୍କୁ କହିଥିଲେ ବୋଲି ଶୁଣାଯାଉଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0