ବଡବିଲ: ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ହାଇଓ୍ବା । ଘର ଉପରେ ପଡ଼ିବାରୁ ଘରର କାନ୍ଥ ଭାଙ୍ଗି ଯାଇଛି । ଫଳରେ ବୃଦ୍ଧା ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪ ଜଣ ।
ସୂଚନାଯୋଗ୍ୟ ଯେ, ବଡ଼ବିଲ-ନାଲଦା ରାସ୍ତାର ପାଲ୍ ହଟିଂ ନିକଟରେ ଫାଇନ୍ସ ବୋଝେଇ ଓଡି୦୯ଜି୦୯୪୬ ନମ୍ବର ଏହି ହାଇଓ୍ବା ଟ୍ରକ୍ ଓଲଟିବା ଯୋଗୁଁ ପାଖରେ ଥିବା ଏକ ଘର ଉପରେ ଆଇରନ୍ ଫାଇନ୍ସ ସବୁ ଓଜାଡ଼ି ହୋଇ ପଡିଥିଲା । ଫଳରେ ଘରର କାନ୍ଥ ପଡ଼ିଯାଇଥିଲା । ସୁବାସୀ ପାତ୍ର ନାମକ ଜଣେ ବୃଦ୍ଧା ସେଥିରେ ଚାପି ହୋଇଯାଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0