spot_img

ବିପୁଳ ଗଞ୍ଜେଇ ଜବତ

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ପୁଲିସକୁ ଗତକାଲି ରାତିରେ ରାତ୍ର ପାଟ୍ରୋଲିଂ ସମୟରେ ଚୋରା ଗଞ୍ଜେଇ ଧରିବାରେ ଏକ ବଡ଼ ଧରଣର ସଫଳତା ମିଳିଥିବା ଜଣାଯାଇଛି। ଗତକାଲି ରାତିରେ ନନ୍ଦପୁର ଏସଡ଼ିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏସଆଇ ମାନସ କୁମାର ଭୋଇ ଏବଂ ଥାନା କର୍ମଚାରୀ ରାତ୍ର ପାଟ୍ରୋଲିଂ ପାଇଁ ରାତି ୮ ଟାରେ ବାହାରିଥିଲେ। ନନ୍ଦପୁର ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ରାତ୍ର ୧୦.୪୦ ମିନିଟରେ ପାଡୁଆ ପଟୁ ଦ୍ରୁତ ଗତିରେ ଏକ ବାର ଚକିଆ ଟ୍ରକ ଆସୁଥିବା ବେଳେ ସନ୍ଦେହରେ ଅଟକାଇବା ପାଇଁ ଚେଷ୍ଟା କରାଯାଇଥିଲା। ଟ୍ରକକୁ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ପୁଲିସ ଅଟକାଇବା ଦେଖି ଡ୍ରାଇଭର ହଠାତ ଗାଡି ରଖିବା ସହ ଗାଡ଼ିରେ ଥିବା ଅନ୍ୟ ଜଣଙ୍କ ସହ ରାତିର ଅନ୍ଧାରର ସୁଯୋଗ ନେଇ ଫେରାର ହୋଇ ଯାଇଥିଲେ। ପୁଲିସ ଦୁଇ ଜଣଙ୍କୁ ଗୋଡ଼ାଇଥିବା ବେଳେ ରାତିର ଅନ୍ଧାରରେ ଫେରାର ହେବାକୁ ସକ୍ଷମ ହୋଇଥିଲେ ଟ୍ରକ ଚାଳକ। ପୁଲିସ ସଙ୍ଗେ ସଙ୍ଗେ ଟ୍ରକ ନିକଟକୁ ଆସି ଯାଞ୍ଚ କରିବା ସମୟରେ ଉପରେ କଦଳୀ ଏବଂ ଭିତରେ ୨୭ ଟି ବସ୍ତାରେ ଗଞ୍ଜେଇ ଥିବା ଜାଣିବାକୁ ପାଇ ସଙ୍ଗେ ସଙ୍ଗେ ଟ୍ରକଟିକୁ ଥାନାକୁ ଆଣିଥିଲେ। ଆଜି ସ୍ଥାନୀୟ ତହସିଲଦାର ନରସିଂହ ଗାଦବାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିବା ବେଳେ ୫୬୮ କିଲୋ ୪୪୦ ଗ୍ରାମ ହୋଇଥିଲା। ଗଞ୍ଜେଇ ସହ ବାର ଚକିଆ ଟ୍ରକ ଜବତ କରାଯିବା ସହ ନନ୍ଦପୁର ପୁଲିସ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular