ଅନଲକ ଥ୍ରୀ କୁ ନେଇ ରାଜ୍ୟରେ ସରକାରଙ୍କ ନୂଆ ଗାଇଡଲାଇନ ଆସିବା ପରେ ଗଞ୍ଜାମ ଜିଲ୍ଳାପାଳ ଗଞ୍ଜାମରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି । ତେବେ ନାଇଟ କର୍ଫ୍ୟୁର ସମୟ ଏବେ ପରିବର୍ତ୍ତନ ହେବ । ଅପରାହ୍ନ ୪ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ କଟକଣା କଡାକଡି ଭାବେ ପାଳନ କରାଯିବ । ସେହିପରି ସକାଳ ୫ଟାରୁ ଅପରାହ୍ନ ୪ଟା ଯାଏ ଦୋକାନ ବଜାର ଖୋଲା ରହିବ । ତେବେ ପୂର୍ବରୁ ଜାରି ହୋଇଥିବା ୫ ସୂତ୍ରୀ ଫର୍ମୂଲା ପାଳନ କରିବା ବାଧ୍ୟତାମୂଳକ । ଦୋକାନରେ ସାମାଜିକ ଦୂରତା ରକ୍ଷା କରିବା ସହ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ମାସ୍କ ପିନ୍ଧିବାକୁ ହେବ । ଦୋକାନ ସମ୍ନାରେ ଏକ ବ୍ୟାରିକେଡ କରିବେ ଦୋକାନୀ । ସାମଗ୍ରୀ କିଣିବାକୁ ଆସୁଥିବା ଲୋକଙ୍କ ଠିକଣା ରଖିବା ପାଇଁ ସ୍ୱତନ୍ତ୍ର ଖାତା ରହିବ ଏବଂ ଦୋକନୀ ମାନେ ଗ୍ରାହକଙ୍କ ପାଇଁ ସାନିଯାଇଜର ରଖିବେ । ଯଦି କିଏ ଏହାକୁ ଖିଲାପ କରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ସପ୍ତାହକ ସଟଡାଉନ ରହିବ । ଶନିବାର ଓ ରବିବାର ଜିଲ୍ଲାରେ ସଟଡାଉନ କଟକଣା ଜାରି ରହିବ । ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଆସିବା ଉପରେ କଟକଣା ରହିଛି । ଅତି ଜରୁରୀ ନଥିଲେ କାହାକୁ ଛଡାଯିବ ନାହିଁ । ସେହିପରି ଘରକୁ ଘର ବୁଲି ସ୍ୱାସ୍ଥ୍ୟ କର୍ମୀ ସ୍କ୍ରିନିଂ କରୁଥିବାରୁ ଗଞ୍ଜାମରେ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ନିୟମାବଳୀକୁ ଗଞ୍ଜାମ ଜିଲ୍ଲାରେ କଡାକଡି ଭାବେ ପାଳନ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0