spot_img

ରାଫେଲ ପକାଇବ ଆର୍ଥିକ ଚାପ !

ଚଣ୍ଡିଗଡ: ବୁଧବାର ବାୟୁସେନାରେ ସାମିଲ ହୋଇଛି ଫ୍ରାନ୍ମର ଡାସଲଟ୍ ନିର୍ମିତ ୫ଟି ରାଫେଲ ଯୁଦ୍ଧ ବିମାନ । ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବା ସହ ଏହା ଶତ୍ରୁ ଦେଶମାନଙ୍କର ନିଦ ହଜାଇ ଦେଇଛି । ମାତ୍ର ବାୟୁସେନାରେ ସାମିଲ ହୋଇଥିବା ଏହି ଅତ୍ୟାଧୁନିକ ବିମାନ, ସେନା ଉପରେ ଅତ୍ୟଧିକ ଆର୍ଥିକ ଚାପ ପକାଇପାରେ ବୋଲି ଅନେକ ସାମରିକ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି । ଏହା ହେଉଛି ବାୟୁସେନାର ସପ୍ତମ ପ୍ରକାର ଯୁଦ୍ଧ ବିମାନ । ପୂର୍ବରୁ ଅନ୍ୟ ୬ ପ୍ରକାରର ଯୁଦ୍ଧ ବିମାନ ରହିଛି । ମାତ୍ର ଏବେ ଏ ସମସ୍ତ ୭ପ୍ରକାରର ବିମାନ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ବହୁ ପରିମାଣର ଅର୍ଥ ଖର୍ଚ୍ଚ ହୋଇପାରେ । ଯାହା ବାୟୁସେନାର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବ । ଫଳରେ ବିମାନର ସ୍ୱାଭାବିକ ସ୍ଥିତି ମଧ୍ୟ ପ୍ରଭାବିତ ହେବ । ପୂର୍ବରୁ ବାୟୁସେନା ନିଜ ଯୁଦ୍ଧ ବିମାନଗୁଡିକର କମ୍ ଉଡାଣ ଅଭ୍ୟାସ ଏବଂ ତକ୍ରାଳ ପ୍ରସ୍ତୁତ ରଖୁନଥିବା ଅଭିଯୋଗ ହୋଇଥିଲା । ବିମାନଗୁଡିକର ରକ୍ଷଣାବେକ୍ଷଣ, ମରାମତି ଏବଂ ଲଢେଇ କରିବା ଅଭାବରୁ ଏପରି ହେଉଥିବା ଜଣେ ବରିଷ୍ଠ ବାୟୁସେନା ଅଧିକାରୀ କହିଛନ୍ତି । ସୁଚନାମୁତାବକ କାର୍ଯ୍ୟକ୍ଷମ ଥିବା ଯୁଦ୍ଧ ବିମାନଗୁଡିକର ସଂଚାଳନକ୍ଷମ ଗତିଶୀଳତା ମଧ୍ୟ ଏକ ଦୀର୍ଘମିଆଦୀ ସମସ୍ୟା ହୋଇ ରହିଛି । ୧୯୯୦ରେ ସୋଭିଏତ ସଂଘ ବିଭାଜନ ହେଲା ପରେ ଋଷରୁ ଆସିଥିବା ସମସ୍ତ ବିମାନଗୁଡିକର ଯନ୍ତ୍ରାଂଶ ଗୁଡିକ ମରାମତି କରିବାରେ ଅସୁବିଧା ହେଉଛି । କାରଣ ସାମରିକ ଯନ୍ତ୍ରାଂଶ କାରଖାନା ୟୁକ୍ରେନ୍ ଆଦି ଦେଶରେ ରହିଛି, ଯାହା ପୂର୍ବରୁ ମସ୍କୋ ଅଧିନରେ ରହିଥିଲା । ଏବେ ଚିନ୍ତାର ବିଷୟ ଏହି କି ଯେ, ପୂର୍ବରୁ ବାୟୁସେନାରେ ଥିବା ସମସ୍ତ ବିମାନର ଉତ୍ତମ ରକ୍ଷଣାବେକ୍ଷଣ ପାଇଁ ପ୍ରର୍ଯ୍ୟାପ୍ତ ପରିମାଣର ଅର୍ଥ ରାଶି ନଥିବା ବେଳେ ଏବେ ୫ଟି ନୂଆ ରାଫେଲ ଏହି ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି । ଯାହା ବାୟୁସେନା ଉପରେ ଆର୍ଥିକ ଚାପ ପକାଇବ ବୋଲି ଅନୁମାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular