spot_img

କନ୍ୟା ସନ୍ତାନର ଜନନୀ ହେଲେ ସପ୍ନା ଚୌଧୁରୀ

ହରିୟାଣ : ହରିୟାଣର ଡ଼୍ୟାନ୍ସର ସପ୍ନା ଚୌଧୁରୀଙ୍କ ଘରକୁ ଏକ ନୂଆ ଅତିଥି ଆସିଛନ୍ତି । ସପ୍ନା ଚୌଧୁରୀ ରବିବାର ଦିନ ଏକ କନ୍ୟା ସନ୍ତାନର ମା ହୋଇଛନ୍ତି । ମା ଓ ଛୁଆ ଦୁଇଜଣ ଏବେ ସୁସ୍ଥ ଥିବା ସୂଚନା ମିଳିଛି । ସପ୍ନାଙ୍କ ବିବାହକୁ ନେଇ କୌଣସି ଖବର ସାମ୍ନାକୁ ଆସିନଥିଲା ବେଳେ ବର୍ତ୍ତମାନ ଏହି ଖବର ପ୍ରଶଂସକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଖବରକୁ ନେଇ ଚର୍ଚ୍ଚା କରାଯାଇଥିବା ବେଳେ ସପ୍ନାଙ୍କ ସ୍ୱାମୀ ବୀର ସାହୁ ଫେସବୁକ ରେ ଏହାର ଜବାବ ଦେଇଛନ୍ତି । ସେ କହିଛନ୍ତି କାହାର ବ୍ୟକ୍ତିଗତ ବିଷୟରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ଆମେ ଆମ ନିଜ ଇଛାରେ ବିବାହ କରିଛୁ । କିଛି ଦିନ ପୂର୍ବରୁ ଦୁଇଜଣଙ୍କ ସଂର୍ପକକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଦୁହେଁ ସେ ବିଷୟରେ ଚୁପ ରହିଥିଲେ ।

sapnaଲକଡ଼ାଉନ ସମୟରେ ସପନା ୭ରୁ ୮ମାସ ଧରି ନିଜ ଘରେ ରହୁଥିଲେ । ସେହି ସମୟରେ କୃଷକ ମାନଙ୍କୁ ସମର୍ଥନ କରୁଥିବା ତାଙ୍କର ଏକ ଭିଓିଓ ଭାଇରାଲ ହୋଇଥିଲା । ଚଳିତ ବର୍ଷ ଜାନୁଆରୀ ରେ ଦୁହେଁ କୋର୍ଟରେ ବିବାହ କରିଥିବା କଥା ସପନାଙ୍କ ମା ନିଲମ କହିଛନ୍ତି । ସପନାଙ୍କ ସ୍ୱାମୀ ବୀର ସାହୁ ହେଉଛନ୍ତି ହରିୟାଣାର ଜଣେ ଗାୟକ, ଅଭିନେତା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular