ପଦ୍ମପୁର : । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ବିଜାମାଲ ଗ୍ରାମର କୈଳାଶ ପାଣ୍ଡେଙ୍କ ଘରେ ସିଲିଣ୍ଡର ନିଆଁ ଲାଗିଯାଇଛି । ଜଳଖିଆ ତିଆରି କରିବା ସମୟରେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ଚାହଁୁ ଚାହୁଁ ହୁ ହୁ ହୋଇ ନିଆଁ ଜଳିବାକୁ ଆରମ୍ଭ କରିବା ସହ ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା । ପରିଲୋକ ଲୋକଙ୍କ ସତର୍କତା ଯୋଗୁଁ କୌଣସି ବ୍ୟକ୍ତିଙ୍କର କିଛି କ୍ଷୟକ୍ଷତି ହୋଇନାହିଁ ।
କୈଳାଶ ପାଣ୍ଡେଙ୍କ ସ୍ତ୍ରୀ ମହରଗୀ ପାଣ୍ଡେ ସୁମିତ୍ରା ଭାରତ ଗ୍ୟାସ୍ ଗ୍ରାମୀଣ ବିତରକ ଜୁରିଆଠାରୁ ରନ୍ଧନ ଗ୍ୟାସର ସଂଯୋଗ ନେଇଛନ୍ତି । ହେଲେ ଏହି ବିତରକଟି ଜିଲ୍ଲା ବାହାରର ହୋଇଥିବା କାରଣରୁ ଠିକ୍ ଭାବେ ସେବା ଯୋଗାଇ ପାରୁନାହିଁ । ଗ୍ୟାସ୍ ସିଲିଣ୍ଡର ଦେବା ସମୟରେ ତାହା ଯାଞ୍ଚ ହେଉନାହିଁ ଫଳରେ ଏଭଳି ଅଭାବନୀୟ ଘଟଣା ଘଟୁଛି । କିଛି ଗ୍ୟାସ୍ ବିତରକ ନିଜ ଟାର୍ଗେଟ୍ ପୂରଣ ପାଇଁ ପାଖ ଜିଲ୍ଲାର ଲୋକଙ୍କୁ ଜୋରଜବରଦସ୍ତ କାଗଜପତ୍ର ନେଇ ଗ୍ୟାସ୍ ସଂଯୋଗ ଦେଉଛନ୍ତି ହେଲେ ସେବା ଯୋଗାଇବାରେ ବିଫଳ ହେଉଛନ୍ତି । ଏଭଳି ଅବ୍ୟବସ୍ଥା କାରଣରୁ ଲୋକଙ୍କ ଜୀବନପ୍ରତି ବିପଦ ରହୁଛି । ସ୍ଥାନୀୟ ଯୋଗାଣ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ହେଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0