ଢେଙ୍କାନାଳ : ଢେଙ୍କାନାଳରେ ଆଜି ଏକ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ରୋଷେଇ କରୁଥିବାବେଳେ ଗ୍ୟାସରୁ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି ।ଘଟଣା ଢେଙ୍କାନାଳ ଜିଲ୍ଲା ଜୟଗୋପାଳ ସାହିରେ ଘଟିଛି । ମୃତ ମହିଳା ହେଲେ ବିଦୁଲତା ଦେହୁରୀ । ରୋଷେଇ କରୁଥିବାବେଳେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0