ବଡ଼ଚଣା : ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବୈରୀ ହାଇସ୍କୁଲ ୧୯୮୮ମସିହା ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ୟ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଆଗାମୀ ଯୁବ ପିଢ଼ିଙ୍କୁ ନୂତନ ବାର୍ତ୍ତା ଦେବା ସହିତ ନିଜର ସ୍ବଅର୍ଜୀତ ଅର୍ଥରୁ ଗରିବ ଅସହାୟ ନିଷ୍ପେଶିତ ଲୋକଙ୍କୁ ସାହାଯ୍ୟର ହାତ ବଢାଇବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଦୀର୍ଘ ବତିଶ ବର୍ଷ ପରେ ଅତି ନିକଟରେ ବନ୍ଧୁମାନଙ୍କୁ ପାଇ ଭାବର ଆଦାନ ପ୍ରଦାନ ସହ ଖୁସି ବ୍ୟକ୍ତ କରିଛନ୍ତି ।ସବୁଠାରୁ ବଡ଼ କଥା ହେଲା ଏବେକାର ବ୍ୟସ୍ତ ବହୁଳ ସମାଜରେ ନିଜର ପ୍ରିୟ ଜନ ଆତ୍ମୀୟ ସ୍ଵଜନ ଠାରୁ ଦୂରେଇ ଯାଉଥିବା ବେଳେ ଏଭଳି ପ୍ରୟାସ ଆଗାମୀ ଯୁବ ପିଢି ପାଇଁ ନିଶ୍ଚୟ ସହାୟକ ହେବ । ସଭା ମଣ୍ଡିତ କରୁ ଥିବା ଶିକ୍ଷକ ବୃନ୍ଦ ନିଜର ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ଦେବା ସହ ପିତା ମାତାଙ୍କୁ ହତାଦର ନକରିବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି ।




Visitors Today : 1
Total Visitors : 130303
Total Views : 9891806
Visitors Online Now : 0