ଗଂଜାମ: କୁକୁଡ଼ାଖଣ୍ଡି ସରପଞ୍ଚ ଅଦଲ ଚେନେୟାଙ୍କୁ କୋଭିଡ଼ ଯୋଦ୍ଧା ସମ୍ମାନରେ ସମ୍ମାନିତ । ଦକ୍ଷିଣ ଓଡ଼ିଶା ନାଟକ ମହୋସôବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ବିଭିନ୍ନ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଏବଂ ଦକ୍ଷତାକୁ ନେଇ ଏହି ସମ୍ମାନ ପ୍ରଦାନ କରାଯାଇଛି । କରୋନା ସମୟରେ ସରପଂଚ ଲୋକଙ୍କୁ ସେବା ଯୋଗାଇବା, ସ୍ଥାନୀୟ ଅଞ୍ଚଳରେ ଲୋକାଭିମୁଖୀ ବିକାଶମୂଳକ କାର୍ଯ୍ୟ କରି ଲୋକଙ୍କ ଭିତରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଥିଲେ । ଯାହା କୁକୁଡ଼ାଖଣ୍ଡି ଏବଂ ଗଂଜାମ ମାଟି ପାଇଁ ଗୌରବର ବିଷୟ । ତାଙ୍କର ଏଭଳି ବିକାଶ ମୂଳକ କାର୍ଯ୍ୟ ପାଇଁ ଅଞ୍ଚ ଳବାସୀ ତାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0