ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଏକ କୋଟି ଟଙ୍କା ଦାନ କରିଛନ୍ତି। ଏହା ସହ ଗମ୍ଭୀର କହିଛନ୍ତି, ଅନ୍ତତଃ ରାମ ମନ୍ଦିର ନିର୍ମାଣ ଦ୍ୱାରା ଏକ ପୁରୁଣା ପ୍ରସଙ୍ଗ ଶେଷ ହୋଇଛି। ମନ୍ଦିର ନିର୍ମାଣ ଦ୍ୱାରା ଏକତା ଓ ଶାନ୍ତିର ମାର୍ଗ ପ୍ରଶସ୍ତ ହେବ। ମନ୍ଦିର ନିର୍ମାଣ ପାଇଁ ମୁଁ ଓ ମୋ ପରିବାର ଏକ ଛୋଟ ଯୋଗଦାନ ଦେଇଛୁ। ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ ଜାରି ରହିଛି। ଅଭିଯାନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୫ ଲକ୍ଷ ଶହେ ଟଙ୍କା ଦାନ କରିଥିଲେ। ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ତାଙ୍କ ପରିବାର ୫ ଲକ୍ଷ ୧୧ ହଜାର ୧୧୬ ଟଙ୍କା ଦାନ କରିଛନ୍ତି। ତାଛଡା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ, ବିହାର ରାଜ୍ୟପାଳ ଫାଗୁ ଚୌହାନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ନେତା ଓ ଅଭିନେତା ଚାନ୍ଦା ଦେଇଛନ୍ତି।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0