spot_img

ବାଲେଶ୍ୱରରେ ମହାବଳ ବାଘର ପାଦ ଚିହ୍ନ

ବାଲେଶ୍ୱର: କୁଳଡ଼ିହା ଅଭୟାରଣ୍ୟ ପାଇଁ ଖୁସି ଖବର । ଜଙ୍ଗଲ ଭିତରୁ ମିଳିଛି ମହାବଳ ବାଘର ପାଦ ଚିହ୍ନ । ଏହି ପାଦ ଚିହ୍ନର ଓସାର ସାଢେ ୭ ଇଞ୍ଚ ଓ ଗଭୀର ଦେଢ ଇଞ୍ଚ ହୋଇଥିବାରୁ ଏହା ଅଣ୍ଡିରା ମହାବଳ ବାଘ ବୋଲି ବନ୍ୟଜନ୍ତୁ ବିଶେଷଜ୍ଞମାନେ ମତ ଦେଇଛନ୍ତି । କୁଳଡ଼ିହା ଅଭୟାରଣ୍ୟର ଖୁମକୁଟ, ପଞ୍ଚଲିଙ୍ଗେଶ୍ବର, ଯୋଡ଼ାଚୁଆ, ସର୍ବଣା ନାଳ ନିକଟ ସନ୍ତସନ୍ତିଆ ସ୍ଥାନରେ ଏହିଭଳି ଏକାଧିକ ପାଦ ଚିହ୍ନ ପଡ଼ିଥିବା ବନ ବିଭାଗ କର୍ମଚାରୀମାନେ ଚିହ୍ନଟ କରିଛନ୍ତି । ମହାବଳର ପାଦ ଚିହ୍ନ ମିଳିବା ପରେ ବନବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଟ୍ରାକିଂ କ୍ୟାମେରା ଲଗାଯାଇଛି । ଏଥିସହିତ ଅଭୟାରଣ୍ୟକୁ ପର୍ୟ୍ୟଟକଙ୍କ ଯାତାୟାତ ଥିବାରୁ ପାଦଚିହ୍ନ ମିଳିଥିବା ଯୋଡ଼ାଚୁଆ ରାସ୍ତାକୁ ସିଲ କରିଦିଆ ଯାଇଛି । ଗତ ୨ମାସ ମଧ୍ୟରେ ଏକ ୬୦ କିଲୋ ଓଜନର ହରିଣକୁ ବାଘ ମାରିଦେବା, ବିଭିନ୍ନ ସମୟରେ ବାଘର ଗର୍ଜନ ଶୁଭାଯିବା ଅଭୟାରଣ୍ୟ ପାଇଁ ଖୁସି ଖବର ବୋଲି କୁହାଯାଉଥିଲା । ସେପଟେ ଜଙ୍ଗଲ ମଧ୍ୟରେ ମହାବଳର ପାଦ ଚିହ୍ନ ମିଳିବା ପରେ ବାଘକୁ ଟ୍ରାକିଂ ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular