ଆସାମ: ଉତ୍ତରପୂର୍ବ ରାଜ୍ୟ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଆସାମ ପରେ ମଣିପୁର ଗସ୍ତ କରିବେ ଅମିତ ଶାହା । ଗତକାଲି ଆସାମ ଗୌହାଟି ଗସ୍ତ କରି ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ବିଜେପି ଅମଳରେ ଆସାମରେ ଶାନ୍ତି ଫେରିଛି । ବୋଡୋଲ୍ୟାଣ୍ଡ ଚୁକ୍ତି ପରେ ଯୁବକମାନେ ବନ୍ଧୁକ ଛାଡି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି । ନୂଆ କୃଷି ଆଇନକୁ ନେଇ ଚାଷୀହ୍କୁ ଭ୍ରମିତ କରାଯାଉଥିବା ଅଭିଯୋଗ ଆଣି ବିରୋଧୀଙ୍କ ଉପରେ ବର୍ଷିଥିଲେ ଶାହା । ଆସନ୍ତା ବର୍ଷ ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅମିତ ଶାହାଙ୍କ ଏହି ଗସ୍ତ ବିଜେପି ନେତା ଓ କର୍ମୀଙ୍କ ମନୋବଳ ବଢାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0