ନୂଆଦିଲ୍ଲୀ: ଆଗାମୀ ୬ ମାସ ଭିତରେ ଜିଓମାଟ୍ସକୁ ହ୍ୱାର୍ଟଆପ୍ ସହ ଯୋଡି ପାରନ୍ତି ମୁକେଶ ଅମ୍ବାନୀ । ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଯୋଜନା କରାଯାଉଛି । ଏନେଇ ସୋମବାର ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଘରୋଇ ବଜାରରେ ରିଟେଲ ଏବଂ ଗ୍ରସେରି ବାଣିଜ୍ୟକୁ ସମ୍ପ୍ରସାରଣ କରିବା ଲାଗି କମ୍ପାନୀ ଏଭଳି ଯୋଜନା କରିଥିବା ଜଣାପଡିଛି । ଆମାଜନ ଏବଂ ୱାଲମାର୍ଟକୁ ଟକ୍କର ଦେବା ଲାଗି ରିଲାଏନ୍ସ ଗୁଗଲ ଏବଂ ଫେସବୁକ ଭଳି ବିଶ୍ୱସ୍ତରୀୟ ନିବେଶକଙ୍କଠାରୁ ୨୬ ବିଲିୟନ ଡଲାରର ନିବେଶ ଗତ ବର୍ଷ ହାସଲ କରିଛି । କମ୍ପାନୀ ଏହିଭଳି ଭାବେ ଜିଓମାର୍ଟକୁ ହ୍ୱାଟ୍ସଆପ୍ ସହ ଯୋଡିବ । ଫଳରେ ହ୍ୱାର୍ଟଆପ୍ ବ୍ୟବହାରକାରୀ ସିଧାସଳଖ ଜିଓମାର୍ଟରୁ ସାମଗ୍ରୀ ଅର୍ଡର କରିପାରିବେ । ଭାରତରେ ହ୍ୱାର୍ଟସଆପର ୪୦ କୋଟି ୟୁଜର ଅଛନ୍ତି । ଜିଓ ପ୍ଲାଟଫର୍ମରେ ଫେସବୁକ୍ ୫.୭ ବିଲିୟନ ଡଲାର ନିବେଶ କରିବା ସହ ୯.୯୯ ପ୍ରତିଶତ ଅଂଶଧନ ହାସଲ କରିଛି । ଗତ ବର୍ଷ ମେ ମାସରେ ଜିଓମାର୍ଟ ଶୁଭାରମ୍ଭ ହୋଇଛି । ଏହା ବର୍ତ୍ତମାନ ଦେଶର ୨ ଶହ ସହରରେ ସେବା ଯୋଗାଉଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0