ଦେଶରେ ବଢ଼ିବାରେ ଲାଗିଛି ଓଡ଼ିଆଙ୍କ ପତିଆରା । ବଡ଼ ବଡ଼ ପଦବୀରେ ଓଡ଼ିଆ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଛି । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ପ୍ରଥମ ଓଡ଼ିଆ ରୂପରେ ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ ଭାବେ ଚୟନ ହେବାର ଘୋଷଣାର ଦିନକ ପରେ ଆଉ ଏକ ଗୌରବାନ୍ୱିତ କଲାପରି ଖବର ମିଳିଛି । ଦେଶର ସର୍ବବୃହତ୍ତ ବୀମା କଂପାନି ଜୀବନ ବୀମା ନିଗମର ପରିଚାଳନା ନିର୍ଦ୍ଦେଶକ ହେବାକୁ ଯାଉଛନ୍ତି ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି । ଆସନ୍ତା ଫେବ୍ରୁଆରି ୧ରୁ ଏଲଆଇସି ଏମଡି ଭାବେ ଦାୟିତ୍ୱ ଗ୍ରହଣ କରିବେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି । ଏବେ ସେ ଏଲଆଇସି ହାଉସିଂ ଫାଇନାନ୍ସର ଏମଡି ତଥା ସିଇଓ ଭାବେ କାର୍ଯ୍ୟ ତୁଲାଉଛନ୍ତି । ତେବେ ଫେବ୍ରୁଆରି ୧ରୁ ଏମଡି ଭାବେ ଦାୟିତ୍ୱ ନେବା ସହ ୨୦୨୩ ଜୁନ୍ ୩୦ ଯାଏ ସେ ଏହି ପଦରେ ରହିବେ । ଟି ସୁଶିଲ କୁମାରଙ୍କ ସ୍ଥାନ ନେବେ ଓଡ଼ିଆ ପୁଅ ସିଦ୍ଧାର୍ଥ । ତାଙ୍କ ନିଯୁକ୍ତି ନେଇ ଆର୍ଥିକ ସେବା ବିଭାଗର ପ୍ରସ୍ତାବକୁ କ୍ୟାବିନେଟର ନିଯୁକ୍ତି କମିଟି ଗ୍ରହଣ କରିଛି । ଏଲଆଇସିରେ ଜଣେ ଅଧ୍ୟକ୍ଷ ଓ ୪ ଜଣ ଏମଡ଼ି ପଦ ରହିଛି । ଏମଡ଼ି ପଦରେ ଥିବା ଟି. ସି. ସୁଶିଲ କୁମାର ଜାନୁଆରି ୩୧ରେ ଅବସର ନେଉଥିବାରୁ, ତାଙ୍କ ସ୍ଥାନରେ ସିଦ୍ଧାର୍ଥଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି । କେବଳ ସିଦ୍ଧାର୍ଥ ନୁହଁନ୍ତି ଏବେ ଭାରତୀୟ ସେନା ଉପମୁଖ୍ୟ ହେବେ ଚଣ୍ଡିପ୍ରସାଦ ମହାନ୍ତି, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ପିକେ ମିଶ୍ର, ଏନଡିଆରଏଫ ଡିଜି ଏସଏନ ପ୍ରଧାନ, ସିଏଜି ଜିସି ମୁର୍ମୁ ଏମାନେ ସମସ୍ତେ ଓଡ଼ିଆ ପୁଅ ବର୍ତ୍ତମାନ ଭାରତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଛନ୍ତି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0