ନୂଆଦିଲ୍ଲୀ: ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଗାଜିଆବାଦରେ ଥିବା ଏକ ଶ୍ମଶାନର ଛାତ ଭୁଶୁଡ଼ିପଡ଼ିବାରୁ ଅନେକ ଲୋକ ମୃତହାତ ହୋଇଛନ୍ତି। ଘଟଣା ପରେ ପରେ ୧୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ଉଦ୍ଧାର କାର୍ୟ୍ୟ ଚାଲୁ ରହିଥିବା ବେଳେ ମୃତ୍ୟୁକଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରୁଛି ପୁଲିସ। ଗାଜିଆବାଦ ପୁଲିସ ଷ୍ଟେସନର ମୁରାଦନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଭୁଶୁଡ଼ି ଥିବା କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବା କହିଛି ପୁଲିସ। ଏହା ସହ ଖବର ପାଇ ଗାଜିଆବାଦ ପୁଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିବା ସେ କହିଛନ୍ତି ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0