spot_img

ଭଦ୍ରକ ଚାନ୍ଦବାଲି ନିକଟରେ ବାଇକ୍ ଧକ୍କା

ଚାନ୍ଦବାଲି :  ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥ ସିନ୍ଦୋଳ ପଞ୍ଚାୟତ ଅଧିନ ସେନବାଡ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ଦୌଲତପୁର ପଞ୍ଚାୟତ ମାଲପୁର ଗାଁର ହୃଦାନନ୍ଦ ବେହେରାଙ୍କ ପୁଅ ସନ୍ଥ ବେହେରା(୨୫) ଓ ଗୁରୁତର ଆହତ ହୋଇଥିବା ହରିସିଂପୁର ପଞ୍ଚାୟତ ମାଣକାଣି ଗାଁର  ଚିତ୍ତରଞ୍ଜନ ଜେନାଙ୍କ ପୁଅ ଜଗବନ୍ଧୁ ଜେନା(୨୨) ବୋଲି ଜଣାଯାଇଛି ।

ଗତକାଲି ରାତିରେ ତିହିଡିରୁ ଘରକୁ ଫେରୁଥିବା ବେଳେ ବାମପଟେ ଏକ ବାଲି ବୋଝେଇ ଟ୍ରକ ସହିତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉଭୟ ମୂମୁର୍ଷ ଅବସ୍ଥାରେ ତଳେ ପଡିଥିବା ବେଳେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ପରେ ସେମାନଙ୍କୁ ତୁରନ୍ତ ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା । ସେଠାରେ ଜଗବନ୍ଧୁ ଜେନାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular