ମତେ ସୁରକ୍ଷା ଦରକାର, ମୁଁ ସୁରକ୍ଷିତ ନୁହେଁ। ସୁରକ୍ଷା ଦେବା ଦାୟିତ୍ୱ ଓଡ଼ିଶା ରାଜ୍ୟ ସରକାରଙ୍କର। ଏପରି କହିଛନ୍ତି, ଖୋଦ୍ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗୁରୁବାର ଦିନ ଭୁବନେଶ୍ୱର ଘଟିଥିବା ରାଜନୈତିକ ହିଂସା ପରେ ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିଲେ ସାଂସଦ ଅପରାଜିତା ଷଡଙ୍ଗୀ। କେବଳ ଏତିକି ନୁହଁ ରାଜ୍ୟରେ ସରକାରୀ ଦଳ ଘଟାଉଥିବା ହିଂସାକାଣ୍ଡ ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି କି ନାହିଁ ଏନେଇ ସନ୍ଦେହ କରିଛନ୍ତି ସାଂସଦ। ରାଜ୍ୟର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ଏହିଭଳି ଘଟଣା ଲାଗି ଦାୟୀ। ଗତକାଲି ଆଚାର୍ଯ୍ୟ ବିହାରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ ସାଂସଦ। ଆଚାର୍ଯ୍ୟ ବିହାର ବିକାଶ ପରିଷଦ ପକ୍ଷରୁ ଅପରାଜିତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ସମୟରେ ତାଙ୍କ ଉପରକୁ ଢେଲା, ଅଣ୍ଡା ଓ ଟୋମାଟୋ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ବିଜେଡି ସରକାର ଗର୍ବ ଓ ଅହଙ୍କାରରେ ବୁଡ଼ିଥିବା ସେ ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗର ଟିଏମସି ପଥରେ ରାଜ୍ୟ ସରକାର ଗତି କରୁଥିବା ସାଂସଦ କହିଛନ୍ତି। ଟିଏମସି ଯେଉଁଭଳି ପଶ୍ଚିମବଙ୍ଗରେ ହିଂସା ଭିଆଉଛି, ସେଭଳି ଓଡ଼ିଶାରେ ହିଂସା ବଢିବାରେ ଲାଗିଛି ବୋଲି ସେ କହିଛନ୍ତି। ମତେ ଯେତେ ବିରୋଧ କଲେ ବି ମୁଁ ରାଜ୍ୟସାରା ବୁଲି ଲୋକଙ୍କ ପାଇଁ କାମ କରୁଥିବା କହି ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ କଲେ ଅପରାଜିତା। ବିଜୁଜନତା ଦଳ ମହିଳାଙ୍କୁ ନିର୍ଯାତନା ଦେଉଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0