ଖୋର୍ଦ୍ଧା : ଛେଳି ଚୋରକୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଟିଙ୍କିପଡା ଗ୍ରାମରେ । ଗ୍ରାମର ସାମେଲି ପ୍ରଧାନ ଛେଳି ଚରାଉଥିବା ବେଳେ ଦୁଇ ଜଣ ବାଇକରେ ଆସି ଛେଳି ଚୋରି କରୁଥିଲେ । ଏହା ଦେଖି ସାମେଲି ଗାଁ ଲୋକଙ୍କୁ ଡାକିଥିଲେ । ଗ୍ରାମବାସୀ ମାନେ ଉକ୍ତ ଛେଳି ଚୋରକୁ କାବୁ କରି ପୋଲିସ ଜିମା ଦେଇଥିଲେ । ଉକ୍ତ ଦୁଇ ଜଣ ଅଭିଯୁକ୍ତ ହେଲେ ବାଲିପାଟଣା ଥାନା ବାରହଳ ଗ୍ରାମର ମହସିମ୍ ଖାଁ, ଏବଂ ରନିବ୍ ଖାଁ । ସେମାନଙ୍କ ଠାରୁ ବାଇକ ଏବଂ ଶିକାର କରିଥିବା ଏକ ମୃତ ବଗକୁ ମଧ୍ୟ ଜବତ କରିଛି ପୋଲିସ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0