ମୁମ୍ବାଇ: ବିବାହବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ କଙ୍ଗନାଙ୍କ ଭାଇ ଅକ୍ଷତ । ଉଦୟପୁରର ଲୀଳା ପ୍ୟାଲେସରେ ଅକ୍ଷତ ରିତୁ ସାଙ୍ଗୱାନଙ୍କୁ ବିବାହ କରିଛନ୍ତି । ଏହି ବିବାହର ଫଟୋ କଙ୍ଗନା ନିଜ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି ସମସ୍ତେ ମୋ ଭାଇ ଭାଉଜଙ୍କୁ ଆଶୀର୍ବାଦ ଦିଅନ୍ତୁ ।
କଙ୍ଗନା ରନୌତ ଏହା ପୂର୍ବରୁ ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ,ଯେଉଁଥିରେ ସେ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ରାଜସ୍ଥାନୀ ଲୋକଗୀତରେ ଝୁମି ଝୁମି ଡାନ୍ସ କରୁଥିବା ନଜର ଆସିଛନ୍ତି। କଙ୍ଗନା ଭିଡିଓର କ୍ୟାପସନରେ ଏହି ଇଭେଣ୍ଟକୁ ନିଜ ପରିବାର ପାଇଁ ବଡ଼ ଦିନ କହିଥିବାବେଳେ ଜାମିନରେ ମୁକୁଳିଥିବା ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ସ୍ବାଗତ କରିଛନ୍ତି।



Visitors Today : 0
Total Visitors : 130436
Total Views : 9891967
Visitors Online Now : 0