କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ବହୁ ଚର୍ଚ୍ଚିତ ମମିତା ହତ୍ୟାରେ ଗିରଫ ହୋଇ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରେ ଥିବା ଗୋବିନ୍ଦ ସାହୁଙ୍କ ଜାମିନ ଆଦେବନର ଶୁଣାଣି ଥିଲା । ସରକାରୀ ଓକିଲ କାନନ କିଶୋର ପଣ୍ଡା ପୋଲିସ ଦେଇଥିବା କେସ ଡାଏରୀକୁ ଭଲ କି ପଢିବା ପାଇଁ କୋର୍ଟକୁ ୧୫ ଦିନ ସମୟ ମାଗିଥିଲେ । କଣ୍ଟାବାଞ୍ଜି ଏଡିଜେ ସରକାରୀ ଓକିଲଙ୍କୁ ୭ ଦିନର ସମୟ ଦେଇଛନ୍ତି । ପରବର୍ତ୍ତୀ ଜାମିନ ଆବେଦନ ଶୁଣାଣି ୨୧ ତାରିଖ ଧାର୍ୟ୍ୟ କରିଛନ୍ତି କୋର୍ଟ ।ତେବେ ଠିକ ସମୟରେ ପୋଲିସ କେସ ଡାଏରୀ ଦାଖଲ କରିନଥିବା ଯୋଗୁଁ ବୁଧବାର ଜାମିନ ଆଦେବନର ଶୁଣାଣି ହୋଇ ପାରିଲାନାହିଁ ବୋଲି ଗୋବିନ୍ଦ ସାହୁଙ୍କ ଓକିଲ ମୋହନ ଲାଲ ଶର୍ମା କହିଛନ୍ତି । ପୋଲିସ କେସ ଡାଏରୀ କୋର୍ଟରେ ଦାଖଲ କରିବା ପୂର୍ବରୁ ତାହା ସରକାରୀ ଓକିଲଙ୍କୁ ଦିଆଯାଇଥାଏ । ପୋଲିସ କେସ ଡାଏରୀ ମୋ ପାଖରେ ଅଛି ମୁଁ ପଢିଲା ପରେ କୋର୍ଟରେ ଉପସ୍ଥାପନ କରିବି ବୋଲି କହିଛନ୍ତି ସରକାରୀ ଓକିଲ ।ବର୍ତ୍ତମାନ ସମୟରେ ଗୋବିନ୍ଦ ସାହୁ ଏବଂ ତାର ମୁଖ୍ୟ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରେ ଅଛନ୍ତି । ପୂର୍ବରୁ ବଙ୍ଗୋମୁଣ୍ଡା ଜେଏମଏଫସିରେ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଗୋବିନ୍ଦ ସାହୁଙ୍କ ଜାମିନ ଉପର କୋର୍ଟ ଅର୍ଥାତ କଣ୍ଟାବାଞ୍ଜି ଏଡିଜେରେ ଆବେଦନ କରାଯାଇଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0