ଭୁବନେଶ୍ୱର : ଦିନକୁ ଦିନ କମ ହେବାରେ ଲାଗିଛି ସୁନା ଓ ରୂପା ଦର । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪, ୩୫୦ ଟଙ୍କା ଓ ୪୮,୩୮୦ ଟଙ୍କା ପହଞ୍ଚିଯାଇଛି । ସେପଟେ ଭାରତ ବଜାରରେ ମଧ୍ୟ ଆଜି ସୁନାମୂଲ୍ୟରେ ପରିବର୍ତ୍ତନ ଦେଖା ଦେଇଛି । ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୬୦୦ ଟଙ୍କା ଓ ୪୭,୬୦୦ ଟଙ୍କା ରେକର୍ଡ଼ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬, ୫୦୦ ଟଙ୍କା ଓ ୫୦,୭୩୦ ଟଙ୍କା ରହିଛି । ଦକ୍ଷିଣ ଭାରତର ଚେନ୍ନାଇରେ ମଧ୍ୟ ୨୨ କ୍ୟାରେଟ ମୂଲ୍ୟ ୪୪,୮୩୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ମୂଲ୍ୟ ୪୮,୯୦୦ ଟଙ୍କା ଥିବା ରେକର୍ଡ଼ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ସେହିପରି ୪୭, ୦୫୦ ଟଙ୍କା ଓ ୪୯,୭୫୦ ଟଙ୍କା ରହିଛି । ସେହିପରି ରୂପା ମୂଲ୍ୟରେ ମଧ୍ୟ ଯଥେଷ୍ଟ ପରିବର୍ତ୍ତନ ଆସିଛି । କିଲୋଗ୍ରାମ ପ୍ରତି ୨୦୦୦ ଟଙ୍କା କମି ୬୯, ୦୦୦ ଟଙ୍କା ରହିଥିବା ନେଇ ରେକର୍ଡ଼ ହୋଇଛି । ଦେଶର ପ୍ରମୁଖ ସହରରେ ଏହି ଭଳି ପରିବର୍ତ୍ତିତ ହୋଇଛି ସୁନା ଓ ରୂପା ର ମୂଲ୍ୟ ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0