କେନ୍ଦ୍ରାପଡ଼ା: ସାବୁନ ପାଇଁ ୭ବର୍ଷ ନାବାଳକର ଜୀବନ ନେଲା ନାବାଳକ । ଆଈର ଶୁଦ୍ଧିକ୍ରିୟାରେ ସାମିଲ ହେବା ପାଇଁ ଆସି ଆକ୍ରମଣର ଶିକାର ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛି ନାବାଳକ ପାପୁନି। ନିଜ ସାବୁନ ନ ପାଇବାରୁ ଜଣେ ୭ ବର୍ଷ ନାବାଳକର ବେକ କାଟି ଦେଇଥିଲା ଆଉ ଜଣେ ନାବାଳକ। ଏହି ଘଟଣାର ତନାଘନା କରି ପୁଲିସ୍ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅଭିଯୁକ୍ତ ନାବାଳକକୁ ଅଟକ ରଖିଛି। ସାମାନ୍ୟ ଝଗଡ଼ାକୁ ନେଇ ଏପରି ଅଭାବନୀୟ ଘଟଣା ଘଟିଯାଇଛି କେନ୍ଦ୍ରାପଡ଼ା ଅଟାବୁହା ଗାଁରେ । ଯାହାର ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ସଦର ଥାନା ଅଧିକାରୀ ପ୍ରମୋଦ ମଲ୍ଲିକ। ଏଥିସହ ଆକ୍ରମଣ ପଛର କାହାଣୀ ବଖାଣିବାକୁ ଯାଇ କହିଛନ୍ତି, ଗତ ୪ ତାରିଖରେ ପାପୁନି ଉକ୍ତ ଅଭିଯୁକ୍ତ ନାବାଳକ ସହ ଗାଧୋଇବାକୁ ଯାଇଥିଲା। ସେଠାରୁ ଫେରିବା ପରେ ଅଭିଯୁକ୍ତ ନିଜ ସାବୁନ ପାଇ ନଥିଲା। ପରେ ଅପରାହ୍ନରେ ପାପୁନିକୁ ଏ ସମ୍ପର୍କରେ ପଚାରିବାରୁ ସେ ସାବୁନ ନେଇ ନଥିବା କହିଥିଲେ। ଏଥିରେ ବିଶ୍ୱାସ ନକରି ଉତ୍ତ୍ୟକ୍ତ ହୋଇଥିବା ଅଭିଯୁକ୍ତଜଣକ ନିଜ ବେଲ୍ଟ ସାହାଯ୍ୟରେ ପାପୁନିକୁ ଟାଣି ଟାଣି ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇ ଯାଇଥିଲା। ଏହାପରେ ନିଜ ପକେଟରେ ଥିବା ଏକ ବ୍ଲେଡରେ ତା’ ବେକ କାଟି ଦେଇଥିଲା। ଏହାପରେ ପାପୁନି ବାହାରକୁ ଦୌଡ଼ି ଆସିବାକୁ ଚିତ୍କାର କରିବାରୁ ଅଭିଯୁକ୍ତଜଣକ ତାକୁ ଭିତରକୁ ଠେଲି କବାଟ ଦେଇଥିଲା। ଯାହାଫଳରେ କବାଟ ମଝିରେ ପାପୁନିର ଆଙ୍ଗୁଠି ରହି ଚାପି ହୋଇ ଯାଇଥିଲା। ଗତ ୪ ତାରିଖରେ କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଅଟାବୁହା ଗାଁର ଜଣେ ମହିଳାଙ୍କ ଶୁଦ୍ଧିକ୍ରିୟା ଥିଲା। ଏଥିରେ ଯୋଗ ଦେବାକୁ ତାଙ୍କ ଜ୍ୱାଇଁ କୈଳାଶ ଦଳେଇ ନିଜ ପରିବାର ସହ ପହଞ୍ଚିଥିଲେ। କୈଳାଶଙ୍କ ସାଙ୍ଗରେ ତାଙ୍କ ୭ ବର୍ଷର ପୁଅ ପାପୁନି ମଧ୍ୟ ଯାଇଥିଲା। ଶୁଦ୍ଧିକ୍ରିୟା କାମରେ ସମସ୍ତେ ବ୍ୟସ୍ତ ଥିବା ବେଳେ ପରିବାର ଲୋକେ ପୁଅକୁ ଖୋଜି ପାଇ ନ ଥିଲେ । ବହୁ ଖୋଜାଖୋଜି କରିବା ପରେ ଅପରାହ୍ନରେ ତାଙ୍କୁ ଗୁରୁତର ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ରରୁ ଉଦ୍ଧାର କରାଯାଇଥିଲା। ତାଙ୍କ ବେକ କଟା ଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାକୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0